ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ସରିଲା ଚିଲିକା ପକ୍ଷୀ ଗଣନା । ଚଳିତ ବର୍ଷ ବଢ଼ିଛି ପକ୍ଷୀଙ୍କ ସଂଖ୍ୟା । ଏବର୍ଷ ଚିଲିକାରେ ୧୮୧ ପ୍ରଜାତିର ୧୦ ଲକ୍ଷ ୪୭ ହଜାର ୯୬୮ଟି ପକ୍ଷୀ ଚିଲିକାକୁ ଆସିଛନ୍ତି ବୋଲି ଗଣନାରୁ ଜଣା ପଡିଛି । ଗତ ବର୍ଷ ୧୪୭ ପ୍ରଜାତି ପକ୍ଷୀ ଆସିଥିବା ବେଳେ ପକ୍ଷୀଙ୍କ ସଂଖ୍ୟା ଥିଲା ୮ ଲକ୍ଷ ୫୮ ହଜାର ୮୫୫ । ଏହି ବର୍ଷ ପକ୍ଷୀଙ୍କ ସଂଖ୍ୟା ଦେଢ଼ ଲକ୍ଷ ବୃଦ୍ଧି ହୋଇଛି । ଯାହାକି ପକ୍ଷୀପ୍ରେମୀଙ୍କ ପାଇଁ ଏକ ଖୁସିର ଖବର । ଶୁକ୍ରବାର ପକ୍ଷୀ ଗଣନାରେ ୨୧ଟି ଦଳରେ ୧୦୦ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ । ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି ଚିଲିକା । ଦୀର୍ଘ ୧୦ ବର୍ଷ ହେବ ଏତେ ପରିମାଣର ପକ୍ଷୀ ଆସିନଥିବା ସୂଚନା ଦେଇଛି ବନବିଭାଗ ।
ସେପଟେ ଭିତରକନିକାରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ପକ୍ଷୀ ଗଣନା । ପରେ କୁମ୍ଭୀର ଏବଂ ଡଲଫିନ ଗଣନା ହେବ ବୋଲି ମଧ୍ୟ ବନ ବିଭାଗ ସୂଚନା ଦେଇଛି । ଏହି ଗଣନା ପାଇଁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସେପଟେ ଭିତରକନିକାରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ପକ୍ଷୀ ଗଣନା । ପରେ କୁମ୍ଭୀର ଏବଂ ଡଲଫିନ ଗଣନା ହେବ ବୋଲି ମଧ୍ୟ ବନ ବିଭାଗ ସୂଚନା ଦେଇଛି । ଏହି ଗଣନା ପାଇଁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ରବିଠାରୁ ହୀରାକୁଦ ଜଳ ଭଣ୍ଡାରରେ ଆରମ୍ଭ ହେବ ପକ୍ଷୀ ଗଣନା । ଗତ ୨ ତାରିଖରୁ ନନ୍ଦନକାନରେ ସରିଯାଇଛି ପକ୍ଷୀ ଗଣନା । ଆସନ୍ତା ୧୬ ତାରିଖ ମଧ୍ୟରେ ରାଜ୍ୟରେ ପକ୍ଷୀ ଗଣନା ସରିବ ବୋଲି ବନ ବିଭାଗ ସୂଚନା ଦେଇଛି ।