ନବରଙ୍ଗପୁର (ଏଟିଆର ବ୍ୟୁରୋ): ନୂଆ ବର୍ଷରେ ପୁଣି ଏକ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ଅଟୋ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ନାଁ ଅକାଳ ଗୌଡ ବୋଲି ଜଣାପଡିଛି । ଆହତଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାଟି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କୁଆମ୍ବା ନିକଟରେ ଘଟିଛି ।
ସକାଳୁ ସକାଳୁ ଅଟୋରେ କିଛି ଶ୍ରମିକ କାମ କରିବା ଲାଗି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି ।