ଭଦ୍ରକ (ଏଟିଆର ବ୍ୟୁରୋ); ବିଭିନ୍ନ ଦାବୀରେ ଭଦ୍ରକ ରେଳ ଧାରଣାରେ ବସିଛନ୍ତି କଂଗ୍ରେସ କର୍ମୀ । ଯାହା ଦ୍ୱାରା ସୋମବାର ରେଳ ଯାତ୍ରା ଠପ ରହିଛି । ଭଦ୍ରକ ଷ୍ଟେସନରେ ମୁଖ୍ୟ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ଏବଂ ଭଦ୍ରକ ଷ୍ଟେସନରେ ୫ଟି ଟ୍ରେନ ରହିବା ପ୍ରତିବାଦରେ ରେଳ ଧାରଣାରେ ଆନ୍ଦୋଳନ କରିଛନ୍ତି କଂଗ୍ରେସ କର୍ମୀ । ଭଦ୍ରକ ଷ୍ଟେସନ ଦେଇ ଯାଉଥିବା ତିରୁପତି,ସାନ୍ତ୍ରାଗାଛି-ମାଙ୍ଗାଲୋର , ହଳଦିଆ-ଚେନ୍ନାଇ , ପୁରୀ-ବେଲାପୁର , ଖଡଗପୁର-ବେଲାପୁର ଏକ୍ସପ୍ରେସ ରହୁ ନଥିବାରୁ ପ୍ରତିବାଦ କରି ରେଳ ରୋକ କରିଛନ୍ତି ।
ଏହି ସବୁ ଟ୍ରେନ ସବୁ ଷ୍ଟେସନରେ ରହୁଥିଲେ ମଧ୍ୟ ଭଦ୍ରକ ଷ୍ଟେସନରେ ରହୁନାହିଁ ବୋଲି ଅଭିଯୋଗ ହୋଇଛି । ସେପଟେ ଓଭର ବ୍ରିଜ ନଥିବାରୁ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ଅସୁବିଧାକୁ ନେଇ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲ୍ଲାଇଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିନାହିଁ । ଏଣୁ ଶେଷରେ ଏକ ନିଆରା ଉପାୟରେ ଆନ୍ଦୋଳନ କରିଛନ୍ତି କଂଗ୍ରେସ କର୍ମୀ ।