ବିଜୟନଗର (ଏଟିଆର ବ୍ୟୁରୋ); ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ କଲେ ଯୁବକ । ଦୁଷ୍କର୍ମ ପରେ ମନ ଶାନ୍ତି ହେଲାନି ଯେ ମହିଳାଙ୍କ ପାଖରେ ଥିବା ଏକ ଲକ୍ଷ ଟଙ୍କା ଲୁଟ କରି ନେଇଗଲା ଦୁର୍ବୃତ୍ତ । ତେବେ ଏଭଳି ବିଜୟନଗରର ଜଣେ ମହିଳା ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ମହିଳାଙ୍କ କହିବା ମୁତାବକ ତାଙ୍କ ସ୍ୱାମୀ ଦୀର୍ଘ ଦିନ ହେବ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଣୁ ମହିଳା ଜଣକ ମେଡିକାଲ ଯିବା ପାଇଁ ବସଷ୍ଟପରେ ଛିଡା ହୋଇଥିବା ବେଳେ ଯୁବକ ଜଣକ ଛାଡିଦେବ କହିଥିଲା । ପ୍ରଥମେ ମହିଳା ଅଜଣା ବ୍ୟକ୍ତି ହୋଇଥିବାରୁ ମନା କରିଥିଲେ । ମାତ୍ର ବାରମ୍ବାର ଅନୁରୋଧ କରିବା ପରେ ଗାଡିରେ ବସି ତାଙ୍କ ଯିବା ପାଇଁ ରାଜି ହୋଇଥିଲେ । ମନରେ ଖରାପ ଭାବନା ଥିବା ଯୁବକ ମହିଳାଙ୍କୁ ଏକ ଦିଛାଟିଆ ସ୍ଥାନକୁ ନେଇ ଯାଇଥିଲା ।
ନିଛାଟିଆ ଜାଗାକୁ ନେବା ପରେ ମହିଳାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଏତିକିରେ ମନ ଶାନ୍ତି ହେଲାନି ଯେ ଶେଷରେ ମହିଳାଙ୍କ ପାଖରେ ଥିବା ଏକ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲା । ମହିଳା ଥାନାରେ ଏତଲା ଦେବା ପରେ ପୋଲିସ ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଅଭିଯୁକ୍ତ ଧରିବାରେ ସଫଳ ହୋଇଛି ।