ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅରୁଚିକର ବୟାନ ଦେଇ ଏବେ ବିବାଦ ଘେରରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । କଫି ୱିଥ୍ କରଣ ସୋ’ ରେ ସେ ଦେଇଥିବା ବୟାନକୁ ବିରୋଧ କରି ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା । କେବଳ ଏତିକି ନୁହେଁ ବିସିସିଆଇ ପକ୍ଷରୁ ତାଙ୍କୁ ପ୍ରଥମ ଦିନିକିଆ ମ୍ୟାଚରୁ ମଧ୍ୟ ବାଦ୍ କରି ଦିଆଯାଇଛି । ଏହି ସମୟରେ ପାଣ୍ଡ୍ୟାଙ୍କ ସହ ଜଡିତ ସଦସ୍ୟଙ୍କ ଉପରେ ଲୋକଙ୍କ ନଜର ପଡିଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ଈଶା ଗୁପ୍ତା । କୁହାଯାଉଛି କି ଗୋଟେ ସମୟରେ ଈଶା ଏବଂ ପାଣ୍ଡ୍ୟାଙ୍କ ପ୍ରେମ ସଂପର୍କ ଥିଲା ।
ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଯେତେବେଳେ ଈଶାଙ୍କୁ ପଚରାଗଲା କି , ମହିଳାଙ୍କ ଉପରେ ଆପଣଙ୍କ ବନ୍ଧୁ ପାଣ୍ଡ୍ୟାଙ୍କ ଅଭଦ୍ର ଟିପ୍ପଣୀ ଉପେର ଆପଣ କିଛି କହିବାକୁ ଚାହୁଁଛନ୍ତି? ଏହାପରେ ଈଶା ସମ୍ପୂର୍ଣ୍ଣ ଭଡକି ଯାଇ କହିଲେ କି ଆପଣଙ୍କୁ କିଏ କହିଲା ସେ ମୋର ବନ୍ଧୁ ।
ପାଣ୍ଡ୍ୟାଙ୍କ ବୟାନ ଉପରେ କିଛି କହିବା ବଦଳରେ ଈଶା କହିଥିଲେ କି ସର୍ବ ପ୍ରଥମେ ମହିଳାଙ୍କୁ ପୁରୁଷଙ୍କ ସହ ସମାନ କରିବା ବନ୍ଦ କରିବା ଉଚିତ୍ । କାରଣ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ଭିନ୍ନ । ମୁଁ କାହାକୁ ଖରାପ କହିବାକୁ ଚାହୁଁନି କିନ୍ତୁ ପୁରୁଷମାନେ ପିଲା ଜନ୍ମ କରୁ ନାହାନ୍ତି କଣ ପାଇଁ? ଆମେ ମହିଳାମାନେ ପ୍ରତ୍ୟେକ ମାସରେ ମାସିକ ଋତୁଶ୍ରାବର କଷ୍ଟ ସହୁଛୁ, ଅଫିସ୍ ଏବଂ ଘର ସମ୍ଭାଳୁଛୁ ।