ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ଫେବୃଆରୀ ୪ ତାରିଖରୁ ବସିବ ବିଧାନ ସଭା ଅଧିବେଶନ । ଏହି ଅଧିବେଶନ ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଏହି ଅଧିବେଶନରେ ସ୍ୱତନ୍ତ୍ର ଅର୍ଥ ବଜେଟ ଆଗତ ହେବ । ୨୦୧୯ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଅଧିବେଶନ । ଏଣୁ ଏହି ଅଧିବେଶନ ଅଧିକ ସରଗରମ ହେବ ବୋଲି ଚର୍ଚ୍ଚା ହେଉଛି ।
ସରକାରଙ୍କୁ ବିଭିନ୍ନ ପ୍ରଶ୍ନ ବାଣରେ ଘାଇଲା କରିବେ ବିରୋଧୀ । ନିର୍ବାଚନ ପାଖେଇ ଆସୁଥିବାରୁ ସରକାରଙ୍କ ବିଭିନ୍ନ ଅପାରଗତାକୁ ପଦାରେ ପକାଇବା ପାଇଁ ଚେଷ୍ଟା କରିବେ ବିରୋଧୀ । ସେପଟେ ବିରୋଧୀଙ୍କ ମୁହଁ ବନ୍ଦ କରିବା ପାଇଁ ଚେଷ୍ଟା କରିବେ ଶାସକ ଦଳ । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କଥା କହି ବିରୋଧୀଙ୍କୁ ଦବାଇବା ଚେଷ୍ଟା କରିବେ ବୋଲି ଚର୍ଚ୍ଚା ହେଉଛି ।