ବାଲେଶ୍ୱର (ଏଟିଆର ବ୍ୟୁରୋ); ରାଗରେ ସ୍ତ୍ରୀର ଅଣ୍ଟା ଏବଂ ବେକରେ ଛୁରୀ ଭୁସିଲା ସ୍ୱାମୀ । ଜୀବନ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ପୋଲିସ ପଚରା ଉଚରା କରୁଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଜଙ୍ଖରାଇ ଗାଁରେ । ପୋଲିସ ଅଭିଯୁକ୍ତ ସ୍ୱାମୀ ଜୈନୁଲଙ୍କୁ ଅଟକ ରଖିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ସ୍ତ୍ରୀ ରସିଦା ।
ରିପୋର୍ଟ ଅନୁଯାୟୀ ରସିଦାଙ୍କ ଦେହ ଖରାପ ଥିଲା । ସେ ସ୍ୱାମୀଙ୍କ ମେଡିକାଲ ନେବା ପାଇଁ କହିଥିଲେ । ମାତ୍ର ତାଙ୍କ କଥା ନଶୁଣି ବାହାରକୁ ପଳେଇଥିଲେ ଜୈନୁଲା । ଫେରିବା ପରେ ଏହି କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜୈନୁଲା ତନ୍ ତଲାକ କହିଦେଇଥିଲେ । ରସିଦା ଏହାକୁ ବିରୋଧ କରିବାରୁ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ସ୍ୱାମୀ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବା ରସିଦାଙ୍କ ପରିବାର ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।
ତେବେ ରସିଦାଙ୍କୁ ଆକ୍ରମଣ କରାଯାଇଥିବା କବର ତାଙ୍କ ଭାଇ ପାଇବା ପରେ ଥାନାରେ ଏତଲା ଦେଇଥିଲେ । ଏହି ଏତଲା ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରା ଉଚରା ଜାରି କରିଛି । ତିନି ତଲାକ୍କୁ ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । ହେଲେ ମୁସଲିମ୍ ପୁରୁଷଟିଏ ସେଇ ପୁରୁଣା ପରମ୍ପରାକୁ ଜାବୁଡ଼ି ଧରି ପତ୍ନୀକୁ ଦେଉଛି ଅକଥନୀୟ ନିର୍ୟାତନା ।