ଯାଜପୁର (ଏଟିଆର ବ୍ୟୁରୋ); ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୧୪ ବର୍ଷୀୟ ନାବାଳିକା ଛୁଆ ଜନ୍ମ ଦେଇଛି । ତେବେ ଏଭଳି ଏକ ଲଜ୍ଜା ଘଟଣା ଘଟିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଳକ କଳିଙ୍ଗ ନଗର ଥାନା ଅନ୍ତର୍ଗତ ବାଘୁଆ ଗ୍ରାମରେ । ସେହି ଗ୍ରାମର ଜଗନ୍ନାଥ ତାମସାଇଙ୍କ ଝିଅ ବୈଜୟନ୍ତୀ ଏକ କନ୍ୟା ଶିଶୁ ଜନ୍ମ ଦେଇଛି । ଏହି ଖବର ଏବେ ଅଞ୍ଚର ସବୁଠାରୁ ବଡ ଚର୍ଚ୍ଚାର ବିଷୟ । ତେବେ ଏହି ଘଟଣାର ଖଳନାୟକ ପିଣ୍ଟୁ ଫେରାର ଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁଯାୟୀ ବୈଜୟନ୍ତୀକୁ ଫୁସଲେଇ ପିଣ୍ଟୁ ଶାରୀରିକ ସମ୍ପର୍କ ରଖିଥିଲା । ତେବେ ଏହି କଥା କାହା ଆଗରେ ନକହିବା ପାଇଁ ରାଣ ନିୟମ ମଧ୍ୟ ପକାଇଥିଲା । ତେବେ ବୈଜୟନ୍ତୀ ଡରି ଏହି କଥା କାହା ଆଗରେ ଜଣାଇନଥିଲା । ଗାଁର ଆଶା ଦିଦି ତାଙ୍କୁ ଦେଖିବା ପରେ ଜାଣିପାରିଥିଲେ କି ସେ ଗର୍ଭବତୀ ଅଛନ୍ତି । ଏହାପରେ ଆଶା ଦିଦି ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକ ମିଶି କଳିଙ୍ଗ ନଗର ଥାନାରେ ଏତଲା ଦେଇଥିଲେ ।
ଗୁରୁବାର କଳିଙ୍ଗ ନଗର ଥାନା ପୋଲିସ ,ବୈଜୟନ୍ତୀ ଏବଂ ତାଙ୍କ ବାପା ମିଶି ଯାଜପୁର କୋର୍ଟକୁ ଯାଇଥିଲେ । ବାଟରେ ଫେରିବା ବେଳେ ଗର୍ଭ ଯନ୍ତ୍ରଣା ଆସିଥିଲା ବୈଜୟନ୍ତୀଙ୍କର । ତାଙ୍କୁ ଦାନଗଦି ଚିକିତ୍ସାଳୟକୁ ନିଆ ଯାଇଥିଲା । ସେଠାରେ ସେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ସମୟ ପୂର୍ବରୁ ଛୁଆ ଜନ୍ମ ହେବା ଏବଂ ଛୁଆର ଓଜନ ଅଧିକ ଥିବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି । ତେବେ ପୋଲିସ ଖବର ପାଇବା ପରେ ଅଭିଯୁକ୍ତ ପିଣ୍ଟୁକୁ ଖୋଜୁଛି ।