ଭୁବନେଶ୍ୱର,୨୧ା୨/(ବ୍ୟୁରୋ): ୩୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବିଟେକ ଛାତ୍ର ଗିରଫ । ହାଇଦ୍ରାବାଦ୍ ପୁଲିସ ଏହି ବିଟେକ ଛାତ୍ରଙ୍କୁ ଗିରଫ କରିଛି । କମ୍ ସୁଧରେ ସୁନା ବିକ୍ରି କରି ଦେବାର ପ୍ରତିଶ୍ରୁତି ଦେଇ ସେ ୩୦ ଲକ୍ଷ ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା । ଖାରବେଳନଗର ଥାନା ଅଧିନରେ ଥିବା କାଳିମନ୍ଦିର ପାଖରେ ରହୁଥିବା ପଙ୍କଜ ଅଗ୍ରୱାଲଙ୍କୁ ଆଜି ହଇାଦ୍ରାବାଦର କାଚିଗୁଡି ଥାନା ପୁଲିସ ଗିରଫ କରିଛି । ପଙ୍କଜ ଜଣେ ବିଟେକ୍ ଛାତ୍ର ବୋଲି ପୁଲିସ କହିଛି ।
କାଚିଗୁଡି ଅଞ୍ଚଳରେ ସେ ରହିବା ସହ ଜଣେ ସୁନା ବେପାରିଙ୍କୁ ସେ ଦେଖା କରିଥିଲେ । ଏଥିସହ ଓଡିଶାରେ ୬ ଶତକଡା କମ୍ ସୁଧରେ ସୁନା ବିକ୍ରି କରିଦେବାକୁ ତାଙ୍କୁ କହିଥିଲେ । ବିଶ୍ୱାସର ସହ ଉକ୍ତ ଲୋକ ତାଙ୍କୁ ୩୦ ଲକ୍ଷ ଟଙ୍କାର ସୁନା ଦେଇଥିଲେ । ତେବେ ଏହାକୁ ସେନେଇ ଓଡିଶା ପଳାଇ ଆସିଥିଲେ । ପରବର୍ତ୍ତି ସମୟରେ ଉକ୍ତ ଲୋକ ସହ ପଙ୍କଜ ଆଉ ଯୋଗାଯୋଗ ନକରିବାରୁ ସେ ସ୍ଥାନୀୟ କୁଚିଗୁଡି ଥାନାରେ ଅଭିଯୋଗ କରିଥିଲେ । ବିଭିନ୍ନ ଦିଗରୁ ତଦନ୍ତ କରି ପଙ୍କଜ ଓଡିଶାର ଭୁବନେଶ୍ୱର ଠାରେ ଥିବା ପୁଲିସ ଜାଣିବାକୁ ପାଇଥିଲା ।