କେନ୍ଦୁଝର (ଏଟିଆର ବ୍ୟୁରୋ): ପୁଣି ଏକ ଅଗ୍ନିକାଣ୍ଡ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସର୍ଜରୀ ବିଭାଗରେ ଅଚାନକ୍ ନିଆଁ ଲାଗିଯାଇଛି । ନିଆଁ ଲାଗିବା ମାତ୍ରେ ରୋଗୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଫଳରେ ଏଥିରେ କୌଣସି ରୋଗୀ ଆହତ ହୋଇ ନାହାନ୍ତି ।
ସର୍ଜରୀ ୱାର୍ଡରେ ୪୦ ରୁ ଅଧିକ ଅଧିକ ରୋଗୀ ଥିଲେ । ହଠାତ୍ ୱାର୍ଡରେ ନିଆଁ ଲାଗିଯାଇଥିବାର ଦେଖି ହସ୍ପିଟାଲରେ ଉପସ୍ଥିତ ଲୋକେ ଏବଂ ହସ୍ପିଟାଲ କର୍ମୀ ମିଶି ରୋଗୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ନେଇ ଆସିଥିଲେ । ମାତ୍ର ୱାର୍ଡରେ ଏଭଳି ନିଆଁ ଲାଗିବାର କାରଣ ଜଣାପଡିନଥିଲେ ମଧ୍ୟ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ବୋଲି ଅନୁମାନ କରାଯାଉଛି ।