ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ଭାରତ ବିପକ୍ଷ ନ୍ୟୁଜଲାଣ୍ଡ ୱାନ୍-ଡେ ସିରିଜ୍ ରେ ଭାରତ ସିରିଜ୍ ହାତେଇଥିବାରୁ ନ୍ୟୁଜଲାଣ୍ଡକୁ ଏକ ପ୍ରକାର ଝଟକା ଲାଗିଛି । ଏବେ ପୁଣି ନ୍ୟୁଜଲାଣ୍ଡକୁ ଆଉ ଏକ ଶକ୍ତ ଝଟକା ଲାଗିଥିବା ସାମ୍ନାକୁ ଆସିଛି । ଆଜ୍ଞା ହଁ ଫେବ୍ରୁଆର ୬ ରୁ ଆରମ୍ଭ ହେବାକୁ ଥିବା ଟି୨୦ ମ୍ୟାଚରୁ ନ୍ୟୁଜଲାଣ୍ଡ ଟିମ୍ ର ଓପନର ମାର୍ଟିନ୍ ଗପ୍ଟିଲ ବାହାରି ପଡିଛନ୍ତି ।
ଗପ୍ଟିଲଙ୍କ ମେରୁଦଣ୍ଡ ଆଘାତ ହୋଇଥିବା ଯୋଗୁଁ ସେ ଭାରତ ବିପକ୍ଷରେ ୫ମ ଦିିକିଆ ମ୍ୟାଚରେ ବି ମଇଦାନକୁ ଓହ୍ଲାଇ ନଥିଲେ । ତାଙ୍କ ସ୍ଥାନରେ କଲିନ୍ ମୁନରୋ ମ୍ୟାଚ ଖେଳିଥିଲେ । ଏବେ ଟି୨୦ ମ୍ୟାଚ୍ ଖେଳିବା ପାଇଁ ଗପ୍ଟିଲଙ୍କ ସ୍ଥାନରେ ଜିମି ନିଶାନ ଖେଳିବେ ।
କିୱି କୋଚ୍ ଗୌରୀ କହିଛନ୍ତି କି, ଗପ୍ଟିଲ ଫିଟନେସ୍ ଟେଷ୍ଟରେ ଫେଲ ହୋଇଯାଇଛନ୍ତି, କିନ୍ତୁ ଆଗାମୀ ସପ୍ତାହରେ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ୱାନ-ଡେ ସିରିଜ୍ ପୂର୍ବରୁ ସେ ସମ୍ପୂର୍ଣ୍ଣ ଭଲ ହୋଇଯିବେ ବୋଲି ବିଶ୍ୱାସ ରହିଛି । ସେ ଆହୁରୀ ମଧ୍ୟ କହିଛନ୍ତି କି ଟିମ୍ ରେ ଗପ୍ଟିଲ ଜଣେ ଭଲ ଖେଳାଳି । ତାଙ୍କ ସ୍ଥାନରେ ଟି୨୦ ଖେଳିବାକୁ ଥିବା ନିଶାନ ୱାନ୍ –ଡେ ବହୁତ ଭଲ ପ୍ରଦର୍ଶନ କରିଥିଲେ ।
ଟି୨୦ ସିରିଜ୍ ପାଇଁ ନ୍ୟୁଜଲାଣ୍ଡ ଟିମ୍ ରେ ଅଛନ୍ତି: କେନ୍ ବିଲିୟମସନ(ଅଧିନାୟକ), ଡଗ ବ୍ରେସବେଲ, କଲିନ ଡି ଗ୍ରାଣ୍ଡହୋମ,ଲକି ଫଙ୍ଗୁୂ୍ର୍ୟସନ, ସ୍କଟ, ଡେରଲି ମିଚେଲ, କଲିନ ମୁନରୋ,ଜିମି ନିଶାନ, ମିଚେଲ ସେଣ୍ଟନର,ଟିମ ସେଫର୍ଟ,ଇଶ ସୋଢୀ, ଟିମ୍ ସାଉଦି, ରୋସ ଟେଲର ।