ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚାଲିଛି ପ୍ରେମ ସପ୍ତାହ । ପ୍ରେମୀ ଯୁଗଳମାନେ ପ୍ରତ୍ୟେକ ଦିନକୁ ବହୁତ ଖୁସି ସହକାରେ ପାଳନ କରି ଚାଲିଛନ୍ତି । ‘ରୋଜ ଡେ’ରୁ ଆରମ୍ଭ ହୋଇଥାଏ ଏହି ପ୍ରେମର ଖେଳ । ପ୍ରେମୀ ଯୁବଳମାନେ ନିଆରା ଢ଼ଙ୍ଗରେ ପାଳନ କରିଥାନ୍ତି ଏହି ୭ ଦିନର ପ୍ରେମ ସପ୍ତାହ । ଏହି ସାତ ଦିନ ମଧ୍ୟରେ ରହିଛି ପ୍ରୋପୋଜ ଡେ,ଚକୋଲେଟ ଡେ,ହଗ ଡେ । ତେବେ ଏହି ପ୍ରେମ ସପ୍ତାହର ଶେଷରେ ରହିଛି ‘ଭାଲେଣ୍ଟାଇନ ଡେ’ । ଯାହାକୁ ସବୁ ପ୍ରେମୀ ଯୁଗଳମାନେ ପାଳନ କରିବା ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥାନ୍ତି । କାରଣ ଏହା ହେଉଛି ସବୁ ପେମୀ ଯୁଗଳଙ୍କ ପାଇଁ ଏକ ସ୍ମରଣୀୟ ଦିବସ । କିନ୍ତୁ ‘ଭାଲେଣ୍ଟାଇନ ଡେ’ ନାଁରେ ଅଶ୍ଲିଳତା ହେଉଥିବା ପ୍ରେମୀ ଯୁଗଳଙ୍କୁ ବିଛୁଆତି ଲାଗାଇବା ପାଇଁ ଚେତାବନୀ ଦେଇଛି ବଜରଙ୍ଗ ଦଳର ରାଜ୍ୟ ସଂଜୋଯକ କଳିଙ୍ଗ ସେନା ।
କଳିଙ୍ଗ ସେନାର ନାରୀ ମାନେ ଏଭଳି ସୂଚନା ଦେଇଛନ୍ତି । ଯାହାକୁ ନେଇ ପ୍ରେମୀ ଯୁଗଳମାନେ ଭୟରେ ରହିଛନ୍ତି । ସେପଟେ ଏହାକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଡିସିପି,ଏସିପି ଓ ଆଇଆଇସିଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର୍। ପାର୍କ, ମଲ୍ରେ ପୁଲିସ ଉପସ୍ଥିତ ରହିବେ। ଯିଏ ଆଇନକୁ ନିଜ ହାତକୁ ନେବ, ତା’ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁଲିସ କମିଶନର୍ ।
ସବୁଠାରୁ ମଜା କଥା ହେଉଛି କଳିଙ୍ଗ ସେନାର ସଦସ୍ୟମାନେ ପ୍ରେମୀ ଯୁଗଳଙ୍କୁ ବିଛୁଆତି ବୋଲିବା ପୂର୍ବରୁ ନିଜେ କୁଣ୍ଡାଉଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ଫଟୋ ସୁଟ କରୁଥିବା ବେଳେ କଳିଙ୍ଗ ସେନାଙ୍କ ଦେହରେ ଧରିଥିବା ବିଛୁଆତି ଲାଗି ଯାଇଥିଲା । ଫଲରେ ପ୍ରେମୀ ଯୁଗଳଙ୍କୁ ଲଗାଇବା ପୂର୍ବରୁ ନିଜେ କୁଣ୍ଡାଇ କୁଣ୍ଡାଇ ନୟାନ୍ତ ହୋଇଛନ୍ତି କଳିଙ୍ଗ ସେନା ସଦସ୍ୟ । ପୂର୍ବରୁ କଳିଙ୍ଗସେନା ସଦସ୍ୟ ମାନେ ପ୍ରେମୀ ଯୁଗଳଙ୍କ ଭାଲେଣ୍ଟାଇନ ଡେ ରେ ଧରି ବାହା କରାଇ ଦେଉଥିଲେ । ମାତ୍ର ଚଳିତ ବର୍ଷ ନୂଆ ପଦକ୍ଷେପ ନେବା ପାଇଁ ସୂଚନା ଦେଇଥିଲେ । ସଦ୍ୟ ମିଳିଥିବା ସୂଚନାନୁଯାୟୀ କଳିଙ୍ଗ ସୋ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିବ ବୋଲି ସୂଚନା ମିଳିଛି ।