ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ଆତଙ୍କବାଦୀ ହମଲା ପରେ ଦେଶରେ କ୍ରୋଧରେ ଲହରୀ ଜାରି ରହିଛି । ଏହି ଲଢେଇର ପ୍ରଭାବ ଖେଳ ମଇଦାନରେ ବି ଦେଖିବାକୁ ମିଳିଛି । ରବିବାର ମୋହାଲି କ୍ରିକେଟ ଷ୍ଟାଡିୟମ ରୁ ପାକିସ୍ତାନ ଖେଳାଳିଙ୍କ ଫଟୋ ହଟାଇ ଯିବା ପରେ ଏବେ ପୁଣି ଆଉ ଏକ ଷ୍ଟାଡିୟମରେ ସମାନ ପରିସ୍ଥିତ ଦେଖାଦେଇଛି ।
ଷ୍ଟାଡିୟମରେ ଲାଗିଥିବା ପାକିସ୍ତାନୀ ଖେଳାଳୀଙ୍କ ସମସ୍ତ ଫଟୋକୁ ସୋମବାର ରାଜସ୍ଥାନ କ୍ରିକେଟ ଆଶୋସିଏସନ୍ ପକ୍ଷରୁ ବାହାର କରିଦିଆଯାଇଛି । ଦେଶରେ ଆତଙ୍କବାଦୀ ହମଲା ପରେ ଲୋକଙ୍କ କ୍ରେଧକୁ ଦୃଷ୍ଟିରେ ରଖି ଷ୍ଟାଡିୟମର ପ୍ରବନ୍ଧକ ଏଭଳି ନିଷ୍ପତ୍ତି ନେଇଛନ୍ତି ।ଏହାପୂର୍ବରୁ ପଞ୍ଜାବ କ୍ରିକେଟ ସଂଘ ପକ୍ଷରୁ ମୋହାଲି କ୍ରିକେଟ ଷ୍ଟାଡିୟମ ଭିତରେ ଲାଗିଥିବା ପାକିସ୍ତାନୀ କ୍ରିକେଟର୍ସ ମାନଙ୍କ ଫଟୋକୁ ହଟାଇ ଦେଇଥିଲେ ।
ଫଟୋ ହଟାଇବାକୁ ନେଇ ପିସିଏ ର କୋଷାଧ୍ୟକ୍ଷ ଅଜୟ ତ୍ୟାଗି କହିଥିଲେ କି , ଏହି ନଷ୍ପତ୍ତି ସଂଘର ପଦାଧିକାରୀଙ୍କ ବୈଠକରେ ନିଆଯାଇଛି । ଗୋଟେ ବିନମ୍ର ପଦକ୍ଷପ ଅନୁଯାୟୀ , ପୁଲୱାମା ହମଲାରେ ସହୀଦଙ୍କ ସହିତ ଏକତା ଦେଖାଇବା ପାଇଁ ପସିଏ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଜଘନ୍ୟ ହମଲାକୁ ନେଇ ସାରା ଦେଶ ଏବେ କ୍ରୋଧରେ ଜର୍ଜରିତ ଏବଂ ପିସିଏ ଏଥିରୁ ଅଲଗା ନୁହେଁ ।
ସେ କହିଥିଲେ କି ମୋହାଲି ଷ୍ଟାଡିୟମର ବିଭିନ୍ନ ସ୍ଥାନରେ ପାକିସ୍ତାନ କ୍ରିକେଟର୍ସମାନଙ୍କର ପାଖାପାଖି ୧୫ ଫଟୋ ଲାଗିଥିଲା । ଦୁଇ ଦେଶ ମଧ୍ୟରେ ଶେଷ ମୁକାବିଲା ୨୦୧୧ ବିଶ୍ୱକପ ଜରିଆରେ ହୋଇଥିଲା ।