ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ଦିଲ୍ଲୀରୁ ପଲ୍ଲୀ ସବୁଠି ବହୁଛି ନିର୍ବାଚନୀ ହାୱା । ନିର୍ବାଚନରେ ପ୍ରାର୍ଥୀ ଚୟନ କରିବା ଜନତାଙ୍କ ଅଧିକାର । ଏଣୁ ଭଲ ପ୍ରାର୍ଥୀଙ୍କୁ ଭୋଟ ଦେବା ଦରକାର । କାରଣ ଚାଷୀ ହୁଡିଲେ ଏକ ବରଷ, କିନ୍ତୁ ଭୋଟର ହୁଡିଲେ ପାଞ୍ଚ ବରଷ । ଏଣୁ ଭାବି ଚିନ୍ତି ଉଚିତ ପ୍ରାର୍ଥୀଙ୍କୁ ଭୋଟ ଦେବା ଏବଂ କାହାର ପ୍ରଲୋଭନରେ ଭୋଟ ନଦେବା ପାଇଁ ଓଡିଶା ଗଣମାଧ୍ୟମର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଜନହିତରେ ଜାରି କରିବା ପାଇଁ ଏକ କବିତା ରଚନା କରିଛନ୍ତି । ତେବେ ସେ ଜଣେ ସାଧାରଣ ଜନତା ହିସାବରେ ଏହି କବିତା ରଚନା କରିଛନ୍ତି । ଯ।।ହାର ଶୀର୍ଷକ ରହିଛି ମୋ ‘ଭୋଟ,ମୋର ଶପଥ’ ।
ଦାଗୀ କୁ ନୁହେଁ କି , ଦାନବ କୁ ନୁହେଁ ସୁସ୍ଥ ଗଣତନ୍ତ୍ର ପାଇଁ ମୋ ଭୋଟ ।୧।।
ମାୟା କୁ ନୁହେଁ କି , ମାୟାବିନୀ କୁ ନୁହେଁ ମୂଲ୍ୟବୋଧ ପାଇଁ ମୋ ଭୋଟ ।ା୨।।
ନୋଟ୍ ନେଇ ନୁହେଁ କି , ବିୟୁଟି ଦେଖି ନୁହେଁ ସ୍ଥାୟୀ ସରକାର ପାଇଁ ମୋ ଭୋଟ । ୩ ।ା
ମଦ ପିଇ ନୁହେଁ କି, ମାଂସ ଖାଇ ନୁହେଁ ଦେଶ ମାତୃକା ପାଇଁ ମୋ ଭୋଟ ।ା୪।।
ବିକ୍ରି ପାଇଁ ନୁହେଁ କି, ବରବାଦ ପାଇଁ ନୁହେଁ ସୁ-ଶାସନ ପାଇଁ ମୋ ଭୋଟ ।ା୫।।
ମୋ ଭୋଟ, ମୋର ଶପଥ, ଏଥର ନିର୍ବାଚନରେ ନିଶ୍ଚେ ଦେବି ମୁଁ ଭୋଟ ।ା୬।।
ନିରଞ୍ଜନଙ୍କ ଏହି କବିତାର ପ୍ରତ୍ୟେକଟି ଧାଡିରେ ଶିକ୍ଷଣୀୟ ଭାଷା ରହିଛି । ଏଣୁ ଆସନ୍ତା ସାଧାରଣ ନିର୍ବାଚନରେ ଉଚିତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଜନହିତରେ ଜାରି କରାଯାଇଛି ।