ମୁମ୍ବାଇ (ଏଟିଆର ବ୍ୟୁରୋ): ଜମ୍ମୁ-କଶ୍ମରୀ ପୁଲୱାମାରେ ଆତଙ୍କବାଦୀ ହମଲାରେ ୪୦ ଯବାନ ସହୀଦ ହୋଇଛନ୍ତି । ଏହାକୁ ନେଇ ଏବେ ସାରା ଦେଶରେ ଶୋକର ଲହରୀ ଖେଳୀ ଯାଇଛି । ଦେଶର ପ୍ରତ୍ୟେକ ବ୍ୟକ୍ତି ପାକିସ୍ତାନ ଉପରେ ନିଜର ରାଗ ବାହାର କରିବା ସହ ପାକିସ୍ତାନକୁ କଡା ଜବାବ ଦେବା ପାଇଁ ଦାବି କରିଛି । ଏହି ମାମଲାକୁ ନେଇ କପିଲ ଶର୍ମା ସୋ’ର ଜଜ୍ ନବଜ୍ୟୋତ ସିଂ ସିଦ୍ଧୁ କହିଥିଲେ କି, ‘କିଛି ଲୋକଙ୍କ ପାଇଁ ସାରା ଦେଶକୁ ଦୋଷ ଦେବା ଠିକ୍ ନୁହେଁ’ ।
ସିଦ୍ଧୁଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଜୋର ଧରିଛି । ଇତି ମଧ୍ୟରେ ବଲିଉଡର ଦିଗଜ୍ ଅଭିନେତା ଅନୁପମ୍ ଖେର ମଧ୍ୟ ସିଦ୍ଧୁ ଦେଇଥିବା ବୟାନ ଉପରେ ନିଜର ରାଗ ବାହାର କରିଛନ୍ତି । ସେ ସିଦ୍ଧୁଙ୍କ ବୟାନକୁ କଡା ନିନ୍ଦା କରିଛନ୍ତି । ଏହାସହିତ ସେ ଟ୍ୱିଟ୍ କରି ସିଦ୍ଧୁଙ୍କୁ ବାଜେ ବ୍ୟକ୍ତି ବୋଲି ମଧ୍ୟ କହିଛନ୍ତି । ସେ ଲେଖିଛନ୍ତି କି, ‘ ମଣିଷ ଯେତେବେଳେ ଅଧିକ କୁହେ ଅନେକ ସମୟରେ ସେ ବାଜେ କଥା ହିଁ କହିଥାଏ ।’
Sometimes when you talk too much, it can lead to you talking rubbish.:) https://t.co/iek0e4rKqW
— Anupam Kher (@AnupamPKher) February 17, 2019
ଅନୁପମ ଖେରଙ୍କ ଏହି ଟ୍ୱିଟ୍ କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଏହାସହିତ ୟୁଜର୍ସମାନେ ନମଜ୍ୟୋତ୍ ସିଂ ସିଦ୍ଧୁକୁ ଆନେକ କଥା ଶୁଣାଉଛନ୍ତି । ଅନ୍ୟପଟେ ସିଦ୍ଧୁଙ୍କ ଏହି ବିବାଦୀୟ ବୟାନ ପାଇଁ ତାଙ୍କୁ କପିଲ ଶର୍ମା ସୋ’ରୁ ବାହାର କରି ଦିଆଯାଇଛି ।