ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ର ଭାଇଜାନ୍ ତଥା ଅଭିନେତା ସଲମାନ ଖାଁଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ । ଆତ୍ମରକ୍ଷା ପାଇଁ ସଲମାନଙ୍କୁ ମିଳିଛି ବନ୍ଧୁକ ଲାଇସେନ୍ସ । ଜୀବନ ପ୍ରତି ବିପଦ ଥିବା ହେତୁ ବନ୍ଧୁକ ଲାଇସେନ୍ସ ପାଇଁ ସଲମାନ୍ ଆବେଦନ କରିଥିଲେ । ଅନେକ ଯାଞ୍ଚ ଓ ନୀରିକ୍ଷଣ ପରେ ସଲମାନଙ୍କୁ ଲାଇନ୍ସ ପ୍ରଦାନ କରିଛି ମୁମ୍ବାଇ ପୋଲିସ ।
କିଛି ଦିନ ତଳେ ଅଭିନେତା ସଲମାନ ଖାଁ ଏବଂ ତାଙ୍କ ପିତା ସଲିମ ଖାଁଙ୍କୁ ହତ୍ୟା ଧମକ ମିଳିଥିଲା । ଏହାପରେ ଅଭିନେତା ସଲମାନ୍ ମୁମ୍ବାଇ ପୋଲିସ କମିଶନରଙ୍କ ସହ ସାକ୍ଷାତ କରି ଧମକପୂର୍ଣ୍ଣ ଚିଠି ସମ୍ପର୍କରେ ଅବଗତ କରାଇବା ସହ ଗନ୍ ଲାଇସେନ୍ସ ପାଇଁ ଆବେଦନ କରିଥିଲେ ।