ମୁମ୍ବାଇ (ଏଟିଆର ବ୍ୟୁରୋ): ଫେବ୍ରୁଆର ୧୪ ରେ ହୋଇଥିବା ପୁଲୱାମା ହମଲା ଭାରତବାସୀଙ୍କ ପାଇଁ ଏକ କଳାଦିନ ଥିଲା । ଏହି ଆତ୍ମଘାତୀ ଆକ୍ରମଣରେ ୪୦ ଯବାନ ସହୀଦ ହୋଇଥିଲେ । ଏହାପରେ ସାରା ଭାରତ କ୍ରୋଧର ନିଆଁ ରେ ଜଳୁଥିଲା । ଏହି ମାମଲାେରେ ପଞ୍ଜାବର ମନ୍ତ୍ରୀ ନବଜ୍ୟୋତ୍ ସିଂ ସିଦ୍ଧୁ ଏକ ବିବାଦୀୟ ବୟାନ ଦେଇଥିଲେ । ତାଙ୍କୁ ସମର୍ଥନ କରିଥିଲେ ଅଭିନେତ୍ରୀ ଶିଳ୍ପା ସିନ୍ଧେ । ସେ ସିଦ୍ଧୁଙ୍କ ଦେଇଥିବା ବୟାନଙ୍କୁ ଭୁଲ୍ କହିବା ସହ ପାକିସ୍ତାନୀ କଳାକାରଙ୍କୁ ବିରୋଧ କରିବା ନିଷ୍ପତ୍ତିକୁ ଭୁଲ୍ କହିଥିଲେ । ଏହାପରେ ଏବେ ଶିଳ୍ୱାଙ୍କୁ ଲଗାତର ଭାବେ ଜୀବନରୁ ମାରିଦେବା ସହ ବଳତ୍କାର ର ଧମକ ମିଳୁଛି ।
ବଳତ୍କାର ଧମକ ମିଳିବା ପରେ ଶିଳ୍ପା କହିଛନ୍ତି କି, ‘ମୁଁ ଏବେ ଏଭଳି ଲୋକଙ୍କୁ ଛାଡିବି ନାହିଁ, ସେମାନଙ୍କ ବିରୋଧରେ ମୁଁ ଆଇନ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି । ଆଗରୁ ଏଭଳି ଲୋକ ମହିଳାଙ୍କ ପ୍ରତି ଅନେକ ଶଦ୍ଧ ଉପଯୋଗ କରିଛନ୍ତି । ଏବେ ସେମାନଙ୍କ ଠାରୁ ପ୍ରତିଶୋଧ ନେବାର ସମୟ ଆସି ଯାଇଛି ।’
ଶିଳ୍ପା ଆହୁରୀ ମଧ୍ୟ କହିଛନ୍ତି କି ସିଦ୍ଧୁ କଦାପି ଆତଙ୍କବାଦୀଙ୍କୁ ସମର୍ଥନ କରିନଥିଲେ । କିନ୍ତୁ ଲୋକେ କଥାକୁ ବୁଲେଇ ବାଙ୍କେଇ ଥୋଇବାରେ ମାହିର । ପ୍ରତ୍ୟେକ ବ୍ୟକ୍ତି ପାକିସ୍ତାନ ପଛରେ କାହିଁକି ପଡିଛି ? ଟ୍ୟାଲେଣ୍ଟ ଆଧାରରେ ପାକିସ୍ତାନ କଳାକାରମାନେ ବଲିଉଡରେ କାମ କରିବା ଅଧିକାର ପାଇଁ ଲଢି ପାରେ । ମୁଁ ଏହି ବ୍ୟାନ୍ କଲଚରର ଶିକାର ହୋଇଛି, ସେଥିପାଇଁ ଜାଣିଛି ଏଥିରେ ଭୁଲ୍ କେଉଁଟା ।