ନୂଆପଡା (ଏଟିଆର ବ୍ୟୁରୋ); ବିଜେଡି ଛାଡି ବିଜେପିରେ ମିଶିଛନ୍ତି ନୂଆପଡା ଜିଲ୍ଲା ସଭାପତି ପ୍ରଶନ୍ନ କୁମାର ପାଢ଼ୀ । ଯାହାକି ବିଜେଡିକୁ ଶକ୍ତ ଧକ୍କା ଲାଗିଛି । ବିଜେଡିରେ ତାଙ୍କୁ ଅଣ ଦେଖା କରାଯାଉଥିଲା । ତାଙ୍କୁ କୌଣସି ଗୁରୁତ୍ୱ ଦେଉନଥିଲେ । ଫଳରେ ସେ ଦଳ ଛାଡିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି । ସେପଟେ ମୋଦି ସରକାରଙ୍କ ଲୋକ ପ୍ରିୟତାରେ ପ୍ରଭାବିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି । ପ୍ରଶନ୍ନଙ୍କ ସହିତ ବିଜେଡିର ଛାତ୍ର ନେତା ହେମନ୍ତ କର, ଜିଲ୍ଲାର ବହୁ ବରିଷ୍ଠ ନେତା ଏବଂ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି । ସେମାନେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ।
ପ୍ରଶନ୍ନ ବିଜେପିରେ ଯୋଗ ଦେବା ପରେ ଜିଲ୍ଲାରେ ବିଜେଡିକୁ କ୍ଷତି ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଜିଲ୍ଲାରେ ବିଜେପିର ପଲ୍ଲା ଭାରି ରହିବ ବୋଲି ଆଶା କରାଯାଇଛି । ତେବେ ଏହାକୁ ଖଣ୍ଡନ କରିଛି ବିଜେଡି । ପ୍ରଶନ୍ନଙ୍କ ଭଳି ହଜାର ନେତା ଦଳ ଛାଡିଲେ ସୁଦ୍ଧା ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ନବୀନ ସରକାର ରାଜ୍ୟବାସୀଙ୍କ ପାଇଁ କଣ କରିଛନ୍ତି ତାହା ସମସ୍ତଙ୍କୁ ଜଣା । ଏଣୁ କେହି ବି ଦଳ ଛାଡିଲେ କିଛି ଫରକ ପଡିବ ନାହିଁ ବୋଲି ବିଜେଡି ପକ୍ଷରୁ ସୂଚନା ମିଳିଛି ।
କିଛିଦିନ ହେବ ରାଜ୍ୟ ରାଜନୀତିରେ ନେତାମାନେ ଦଳ ଅଦଳ ବଦଳ କରୁଥିବା ଦେଖିବାକୁ ମିଳୁଛି । କିଏ ନିଜ ଇଛାରେ ଦଳ ଛାଡୁଛି ତ ଆଉ କିଏ ଦଳରୁ ତଡା ଖାଇବା ପରେ ଅଲଗା ଦଳରେ ଯୋଗ ଦେଉଛି । ଏଭଳି ଭାବରେ ନିୟମିତ ବହୁଛି ରାଜ୍ୟ ରାଜନୀତିର ପାଣିପାଗ । କେଉଁଠି ବିଜେପି ଛାଡି କେହି ବିଜେଡିରେ ଯୋଗ ଦେଲାଣି ତ ଆଉ କିଏ ବିଜେପି ଛାଡି କଂଗ୍ରେସ । ନିର୍ବାଚନ ପୂର୍ବରୁ ଦଳ ସଜାଡିବା ପାଇଁ ଲାଗି ପଡିଛନ୍ତି ସବୁ ରାଜନୈତିକ ଦଳ । କେଉଁ ନେତା ଦଳ ଛାଡିଲେ ଦଳ ପାଇଁ ମଙ୍ଗଳ ହେଉଥିବା ବେଳେ ଆଉ କିଏ ଦଳ ଛାଡିଲେ ଦଳ ଅଡୁଆରେ ପଡୁଛି ।