ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡିକୁ ଶକ୍ତ ଧକ୍କା । ଭୁବନେଶ୍ୱର ଜିଲ୍ଳା କାର୍ଯ୍ୟକାରୀ ସଭାପତି ବାବୁ ସିଂହ ବିଜେଡରୁ ଇସ୍ତଫା ଦେଇଛନ୍ତି । ସେ ଆଜି ତାଙ୍କ ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ତେବେ ସେ କେଉଁ କାରଣରୁ ଇସ୍ତଫା ଦେଇଛନ୍ତି ତାହା ଲେଖି ନାହାଁନ୍ତି । ଶାସକ ଦଳରେ ଭଲ ଦାୟିତ୍ୱରେ ଥିବା ବାବୁଙ୍କ ଦଳ ଛାଡିବାକୁ ନେଇ ଆରମ୍ଭ ହୋଇଯାଇଛି ବିଭିନ୍ନ ତର୍ଜମା । ବିଜେଡିରେ ଯୋଗ ଦେବା ପାଇଁ ବହୁ ନେତା ହାଇଁପାଇଁ ହେଉଥିବା ବେଳେ ବାବୁ କାହିଁକି ଦଳ ଛାଡିଲେ ତାକୁ ଉଠିଛି ପ୍ରଶ୍ନବାଚୀ ।
ବିଜେଡି ଦଳରେ ମାଳ ମାଳ ନେତା ଅଛନ୍ତି । ଲଗାତାର ଶାସନ ଭାର ଗ୍ରହଣ କରୁଥିବା ଦଳର ରାଜ୍ୟରେ ଭଲ ଦବଦବା ରହିଛି । ଏଣୁ ଦଳୀୟ ନେତାଙ୍କ ଭେଲ୍ୟୁ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଦଳରେ ବୋଧ ହୁଏ ବାବୁଙ୍କୁ ଅଣଦେଖା କରାଯାଇଥିବ । ଏଣୁ ସେ ଦଳ ଛାଡିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି କେତେକ ଲୋକ କହୁଛନ୍ତି । ପୂର୍ବରୁ ଚର୍ଚ୍ଚା ହେଉଥିଲା କି ବାବୁ ଭୁବନେଶ୍ୱର ଏକାମ୍ର ଆସନରୁ ନିର୍ବାଚନ ଲଢ଼ିବେ । ବୋଧ ହୁଏ ଟିକେଟ କଟିଯିବ ବୋଲି ପୂର୍ବରୁ ସୂଚନା ପାଇଥିବେ । ଏଣୁ ସେ ଦଳ ଛାଡିଥାଇପାରନ୍ତି ବୋଲି ମଧ୍ୟ କେହି କେହି କହୁଛନ୍ତି । ତେବେ ସେ କେଉଁ ଦଳରେ ଯୋଗ ଦେବେ ତାହା ସ୍ପଷ୍ଟ ହୋଇନାହିଁ ।
କଂଗ୍ରେସ ଛାଡି ବିଜେଡି ଭରଷାରେ ବିଜେଡିରେ ଯୋଗ ଦେଇଥିଲେ ବାବୁ । କିନ୍ତୁ ଆଜି ବିଜେଡି ଛାଡିବା ପରେ କେଉଁ ଦଳରେ ଯୋଗ ଦେବେ ତାକୁ ନେଇ ଆରମ୍ଭ ହୋଇ ଯାଇଛି ତର୍ଜମା । ତେବେ ଆଜି ବିଜେଡିରେ ଜଣେ ହେବିୱେଟ ନେତ୍ରୀ ଯୋଗ ଦେଇଥିବା ଜଣେ ଯୋଗ ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ଆଜି ବିଜେଡିରେ ଯୋଗ ଦେଇଛନ୍ତି ।