ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପିଏନବି ରୁ କୋଟି କୋଟି ଟଙ୍କା ଚୂନ ଲଗାଇ ବିଦେଶ ଫେରାର ହୋଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଏବେ ଲଣ୍ଡନରେ ଥିବାର ସ୍ପଷ୍ଟ ହୋଇସାରିଛି । ଏହାପରେ ସିବିଆଇ ଇଣ୍ଟରପୋଲ ଏବଂ ବ୍ରିଟେନ୍ ଅଧିକାରୀଙ୍କ ସମ୍ପର୍କରେ ଅଛନ୍ତି । ଏଜେନ୍ସିର କହିବାନୁଯାୟୀ ଠକକୁ ତୁରନ୍ତ ଗିରଫ କରିବା ପାଇଁ ରେଡ୍ କର୍ଣ୍ଣର ନୋଟିସ୍ ଉପରେ କାର୍ଯ୍ୟକାରୀ କରାଯାଉ ।
ସିବିଆଇ ସୂତ୍ର ଅନୁଯାୟୀ , ଏଜେନ୍ସି ପକ୍ଷରୁ ଇଣ୍ଟରପୋଲକୁ କୁୂହାଯାଇଛି କି ସେ ଏହି ମାମାଲରେ ସୁନିଶ୍ଚିତ କରନ୍ତୁ କି ନୀରବ ସେଠାରୁ ଅନ୍ୟତ୍ର ଭାଗନ୍ତୁ ନାହିଁ କାରଣ ହୋଇପାରେ ସେ କୌଣସି ଭିନ୍ନ ପରିଚୟରେ ଅନ୍ୟ ଦେଶକୁ ପଳାଇ ଯାଇ ପାରନ୍ତି । ଅଧିକାରୀଙ୍କ କହିବାନୁଯାୟୀ ଅଗଷ୍ଟ ୨୦୧୮ରେ ବ୍ରିଟେନ୍ ଏବଂ ଇଣ୍ଟରପୋଲ ନିଜେ ଏହି କଥା କହିଥିଲେ କି ନୀରବ ମୋଦି ତାଙ୍କ ଦେଶରେ ଅଛନ୍ତି କିନ୍ତୁ ସଠିକ୍ ସ୍ଥାନ ବିଷୟରେ ସ୍ପଷ୍ଟିକରଣ ହୋଇନାହିଁ ।
ଏହାସହିତ ନୀରବ ଲଗାତର ଭାବେ ଇଉରୋପକୁ ଯାତ୍ରା କରୁଥିବାର ସୂଚନା ଭାରତୀୟ ଏଜେନ୍ସି ହାତରେ ଲାଗିଛି । ବିଟ୍ରେନ ଏବଂ ଆମେରିକାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଓକିଲଙ୍କ ସହ ଆଲୋଚନା ଜାରି ରହିଛି । ଗତବର୍ଷ ନୀରବ ଯେଉଁସବୁ ଦେଶକୁ ଯାତ୍ରା କରିଛନ୍ତି ସେଥିରେ ଫ୍ରାନ୍ସ, ହଙ୍ଗକଙ୍ଗ, ଆମେରିକା ଏବଂ ବେଲଜିୟ ସାମିଲ ଅଛନ୍ତି ।
ଜଣେ ଅଧିକାରୀଙ୍କ କହିବାନୁଯାୟୀ,ଏବେ ନୀରବଙ୍କର ସଠିକ୍ ସୂଚନା ମିଳିସାରିଛି । ପ୍ରଥମ କଥା ହେଉଛି ତାଙ୍କୁ ଗିରଫ କରିବା । କାରଣ ତାଙ୍କ ବିରୋଧରେ ଫ୍ରଡ, ଅପରାଧିକ ଷଡଯନ୍ତ୍ର ଏବଂ ମନିଲାଣ୍ଡରିଂ ସହ ଜଡିତ ପର୍ଯ୍ୟାପ୍ତ ପ୍ରମାଣକୁ ବିଟେନକୁ ଦିଆଯାଇଛି । ଏହାବ୍ୟତିତ ନୀରବର ଭାରତୀୟ ପାସପୋର୍ଟକୁ ରଦ୍ଦ କରିଦିଆଯାଇଛି ।
ସେପଟେ ନୀରବ ମୋଦି ଗିରଫ ହେଲା ପରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ କୁ ଲଣ୍ଡନ ପଠାଯିବ । ନୀରବଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ୍ ଜୁଲାଇ ମାସରୁ ଜାରି କରାଯାଇଛି ।