ମୋହାଲି (ଏଟିଆର ବ୍ୟୁରୋ); ଚତୁର୍ଥ ଦିନିକିଆରେ ଭ୍ରମଣାକରୀ ଦଳକୁ ୩୫୯ରନର ବିଜୟ ଲକ୍ଷ୍ୟ ଦେଇଛି ଭାରତ । ଭାରତ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୧୪୩ ରନ କରିଥିବା ତାଙ୍କ ପଛକୁ ରହିଛନ୍ତି ସାଥୀ ଓପନର ରୋହିତ ଶର୍ମା । ସେ ବ୍ୟକ୍ତିଗତ ୯୫ ରନ କରିଛନ୍ତି । ଓପନର ଯୋଡି ପଡିଆରେ ତିଷ୍ଟି ରହିବାରୁ ଏହି ବିଶାଳ ସ୍କୋର କରି ପାରିଛି ଭାରତ । ଏହି ଦୁଇ ଖେଳାଳିଙ୍କୁ ଛାଡି ଦେଲେ ଦଳର ଅନ୍ୟ କୌଣସି ଖେଳାଳି ଅର୍ଦ୍ଧଶତକ ଅର୍ଜନ କରି ନାହାଁନ୍ତି । କିନ୍ତୁ ପନ୍ଥ ଏବଂ ବିଜୟ ଶଙ୍କର ବଡ ସଟ ଖେଳି ଦର୍ଶକଙ୍କ ମନ ଜିଣିଛନ୍ତି । ୪୦ରୁ ୪୫ତମ ଓଭର ମଧ୍ୟରେ ପନ୍ଥଙ୍କ ଆକ୍ରମଣାତ୍ମକ ବ୍ୟାଟିଂକୁ ବେଶ ମନୋହର ଥିଲା । ତେବେ ଶେଷ ଓଭର ବେଳକୁ ବିଜୟ ଶଙ୍କର ମଧ୍ୟ ବଡ ସଟ ଖେଳିବାରେ ସଫଳ ହୋଇଥିଲେ । ସବୁଠାରୁ ମଜା କଥା ହେଉଛି ଅନ୍ତିମ ଓଭରର ଶେଷ ବଲରେ ବୁମରାଙ୍କ ଛକା । ଏହି ଛକାକୁ ଦେଖି ବେଶ ଖୁସି ହୋଇ ଯାଇଥିଲେ ସାଥୀ ଖେଳାଳି ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ଭାରତ । ଦଳ ପକ୍ଷରୁ ଦୁଇ ଓପନର ଯୋଡି ପ୍ରଥମରୁ ବୁଝିଶୁଝି ଦଳୀୟ ସ୍କୋରକୁ ବଢ଼ାଇଥିଲେ । ଭାରତରେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଓପନିଂ ପାର୍ଟନରସିପ କରି ରେକର୍ଡ କରିଛନ୍ତି । ଆଜି ଅଧିନାୟକ କୋହଲି ଭଲ ଖେଳି ପାରିନାହାଁନ୍ତି । ସେ ବ୍ୟକ୍ତିଗତ ମାତ୍ର ୭ ରନ କରିଥିଲେ । ରୋହିତ ଆଉଟ ହେବା ପରେ ଧାୱନଙ୍କ ସହ ସାଥ ଦେଇଥିଲେ ରାହୁଲ । ରାହୁଲ ବ୍ୟକ୍ତିଗତ ୨୬ ରନ କରିଛନ୍ତି । ତେବେ ଶେଷ ଓଭରରେ ବିଜୟ ଶଙ୍କର ପ୍ରଥମ ବଲରୁ ଛକାରେ ଆରମ୍ଭ କରିଥିଲେ । କିନ୍ତୁ ତୃତୀୟ ବଲରେ କ୍ୟାଚ ଆଉଟ ହୋଇ ପାଭିଲିୟନ ଫେରି ଯାଇଥିଲେ ।
ଶେଷ ଓଭରରେ ଚୁମିନ୍ସ ପ୍ରଥମ ବଲରୁ ଛକା ଖାଇଥିଲେ ସୁଦ୍ଧୁ ତ୍ରୃଟି ସମ୍ଭାଳି ୨ଟି ୱିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି । ସେ ଦଳ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଛନ୍ତି । ଆଜିର ମ୍ୟାଚଟି ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । କଙ୍ଗାରୁ ବାହିନୀ ଯଦି ହାରିଯାଏ ତେବେ ଭାରତ ସିରିଜ ବିଜୟ ହୋଇଯିବ । ଏଣୁ ଅଷ୍ଟ୍ରେଲିଆ ଏହି ବିଶାଳ ସ୍କୋରକୁ ମାତ ଦେବା ପାଇଁ ଚେଷ୍ଟା କରିବ । ସେପଟେ ଭାରତ ସିରିଜ ସରିବା ପୂର୍ବରୁ ମ୍ୟାଚ ଜିତି ସିରିଜ କବଜା କରିବା ପାଇଁ ଚେଷ୍ଟା କରିବ ।