ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଶେଷରେ ବନ୍ଧା ହୋଇଛନ୍ତି ନୀରବ ମୋଦି । ଆଜ୍ଞା ହଁ ପିଏନବି ଘୋଟାଲର ମୁଖ୍ୟ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନରୁ ଗିରଫ କରାଯାଇଛି । ଏହାପୂର୍ବରୁ ନୀରବ ମୋଦିଙ୍କ ବିରୋଧରେ ଲଣ୍ଡନର ବେଷ୍ଟମିଂଷ୍ଟର କୋର୍ଟ ପକ୍ଷରୁ ଗିରଫ ପାଇଁ ୱରେଣ୍ଟି ଜାରି କରାଯାଇଥିଲା । ଏନେଇ ଅଧିକାରୀ ସୁତ୍ରରୁ ଜଣାପଡିଛି ଯେ ମନିଲ୍ୟାଣ୍ଡିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୀରବଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଥିଲେ, ଯାହାକୁ ନେଇ କୋର୍ଟ ପକ୍ଷରୁ ଏହି ଶୁଣାଣି କରାଯାଇଥିଲା । ଏବେ ନୀରବଙ୍କୁ କୋର୍ଟରେ ହାଜର କରାଯିବ । ଖବରମୁତାବକ, ପଞ୍ଜାବନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କା ନେଇ ନୀରବ ଫେରାର ହୋଇଯାଇଥିଲେ ।
ଗତ କିଛି ଦିନ ତଳେ ନୀରବ ଲଣ୍ଡନରେ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ଖବର ଶୁଣିବାକୁ ମିଳିଥିଲା । ସେ ଲଣ୍ଡନର ଯେଉଁ ଆପାର୍ଟମେଣ୍ଟରେ ରହୁଥିଲେ ତାହାର ହାରାହାରି ମୂଲ୍ୟ ୭୩ କୋଟି ଟଙ୍କା । ଏହାସହିତ ସେ ତାଙ୍କ ଆପାର୍ଟମେଣ୍ଟରୁ କିଛି ବାଟ ଦୂରରେ ହୀରା ବ୍ୟବସାୟ କରୁଥିବା କଥା ଏକ ଗଣମାଧ୍ୟମ ସୂତ୍ରରୁ ଜାଣିବାକୁ ମିଳିଥିଲା । ସେ ୨୦୧୮ ମେ’ ମାସରେ ଏହି ନୂତନ କମ୍ପାନୀ ଆରମ୍ଭ କରିଥିଲେ ।
ପିଏନବି ଘୋଟଲା ସାମ୍ନାକୁ ଆସିବା ପୂର୍ବରୁ ହିଁ ନୀରବ ଏବଂ ତାଙ୍କ ମାମୁଁ ସୋହେଲ ଚୋକସୀ ଦେଶ ଛାଡି ଫେରାର ହୋଇଯାଇଥିଲେ ।