ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ପୋଲିସ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଧର୍ମ ପତ୍ନୀ ତୁଷାର ଶର୍ମାଙ୍କ ଦେହାନ୍ତ । ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । କୁହାଯାଉଛି କି ୟୁରିନ୍ ଇନଫେକ୍ସନ ରେ ସେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ଲାଗି ତାଙ୍କୁ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଏବଂ ପରେ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା । ଚିକିତ୍ସା ସମୟରେ ଆଜି ସକାଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରକାଶ ହେବା ପରେ ଚାରିଆଡେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ସେପଟେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ କିଛି ଦିନ ହେବ ଛୁଟିରେ ରହିଥିଲେ ।
ରିପୋର୍ଟ ଅନୁସାରେ ଗତ ୧୫ ଦିନ ତଳେ ତୁଷାର ଶର୍ମାଙ୍କର ୟୁରିନ୍ ଇନଫେକ୍ସନ ହୋଇଥିଲା । ସେଥିପାଇଁ ତାଙ୍କର ଚିକିତ୍ସା କରିବା ଲାଗି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ୫ ଦିନ କାଳ ରଖା ଯାଇ ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଇଥିଲା । ମାତ୍ର ସେଠାରେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ପ୍ରକାର ସୁଧାର ନ ଆସିବାରୁ ତାଙ୍କୁ ପୁଣି ଥରେ ଦିଲ୍ଲୀର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଦିଲ୍ଲୀରେ ଚିକିତ୍ସାଧୀନ ସମୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।