ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସୋମବାର ବିଜେଡି ବହୁ ଦଳୀୟ ନେତାଙ୍କୁ ନୂଆ ଦାୟିତ୍ୱ ଦେଇଛି । ତେବେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇଙ୍କୁ ବଡ ଦାୟିତ୍ୱ ଦେଇଛି ଦଳ । ବିଜୁ ଜନତା ଦଳ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇଙ୍କୁ ରାଜ୍ୟ ଉପସଭାପତି କରିଛି। ପ୍ରଫୁଲ୍ଲଙ୍କୁ ଆଜି ବିଜେଡି ବରିଷ୍ଠ ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିଲା। ତାଙ୍କୁ ଖୋର୍ଦ୍ଧା, ଚିଲିକା ଓ ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ଦାୟିତ୍ୱ ମିଳିବିଜୁ ଜନତା ଦଳ ସୋମବାର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇଙ୍କୁ ରାଜ୍ୟ ଉପସଭାପତି କରିଛି। ପ୍ରଫୁଲ୍ଲଙ୍କୁ ଆଜି ବିଜେଡି ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିଲା। ତାଙ୍କୁ ଖୋର୍ଦ୍ଧା, ଚିଲିକା ଓ ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ଦାୟିତ୍ୱ ମିଳିଛି।
ପ୍ରଫୁଲ୍ଳଙ୍କ ବ୍ୟତିତ ଦଳର ଅନ୍ୟ ନେତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି । କେନ୍ଦ୍ରାପଡାରେ ବିଜେଡି ଟିକେଟ ପାଇଁ ଆଶାୟୀ ଥିବା ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କୁ ରାଜ୍ୟ ସାଧାରଣ ସଂପାଦକ ପଦ ଦେଇଛି ଦଳ । ରବି ନନ୍ଦଙ୍କୁ ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବେଳେ ନିରଞ୍ଜନ ପୂଜାରୀ ଓ ଅର୍କେଶ ସିଂଦେଓଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସହ-ପର୍ୟ୍ୟବେକ୍ଷକ ଏବଂ ସୁଶାନ୍ତ ସିଂହଙ୍କୁ କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି। ସେହିପରି ଢେଙ୍କାନାଳର ସିଦ୍ଧେଶ୍ୱର ପ୍ରସାଦ ମିଶ୍ରଙ୍କୁ ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବେଳେ ଯୁଗଳ ନାୟକଙ୍କୁ କଟକ ସଂସଦୀୟ କ୍ଷେତ୍ରର ସହ-ପର୍ଯ୍ୟବେକ୍ଷକ ଓ ମନୋଜ ନାୟକଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି।