ଜଗତସିଂହପୁର ( ଏଟିଆର ବ୍ୟୁରୋ): ରାଜ୍ୟ ରାଜନୀତିରେ ବାଲିକୁଦା ଏରସମା ବିଧାନସଭା ଆସନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । କିଏ ହବ ବାଲିକୁଦା ବାଦଶାହା , କିଏ ହାତେଇବ ବାଲିକୁଦା ଏରସମା ବିଧାନସଭା ଆସନକୁ ତାକୁ ନେଇ ଚା ଖଟିଠୁ ପାନ ଦୋକାନ ସବୁଠି ଆଲୋଚନା । କଥା ଉଡୁଛି କାଳେ ଘରପୁଅ ଘରକୁ ଆସିଛି । କିଛିବି ହୋଇପାରେ । ସେପଟେ ଗାଁ ପୁଅ ବି କିଛି କମ ନାହିଁ ସେ ବି ଶଙ୍ଖ ଧରି ଆଗେଇ ଚାଲିଛି । ଚଳିତ ଥର ବାଲିକୁଦା ଏରସମାରେ ଦେଖିବାକୁ ମିଳିଛି ଖେଚୁଡି ରାଜନୀତି ।
ବରିଷ୍ଠ ବିଜେଡି ନେତା ଦାମଦୋର ରାଉତ ଏଥର ବିଜେଡି ଛାଡି ବିଜେପିରେ ମିଶି ପ୍ରାର୍ଥୀ ହୋଇଛନ୍ତି ଏହି ଆସନରୁ । ସେପଟେ ବିଜେପି ଛାଡି ବିଜେଡିରେ ମିଶିଛନ୍ତି ବାଲିକୁଦାର ଟାଣୁଆ ନେତା ରଘୁନନ୍ଦନ ଦାସ । ସେପଟେ ଦୁଇଦୁଇ ଥର ବାଲିକୁୀଦା ଏରସମାରୁ ବିଧାୟକ ହୋଇଥିବା ପ୍ରଶାନ୍ତ ମୁଦୁଲି ଏଥର ଜଗତସିଂହପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ।
୨୦୧୪ ରେ ବିଜେଡି ଛାଡି ବିଜେପିେରେ ମିଶିଥିବା ରଘୁନନ୍ଦନ ଦାସ ପୁଣି ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅନ୍ୟପଟେ ଦାମଙ୍କର ଏହି ନିର୍ବାଚନ ମଣ୍ଡଳିଟି ରାଜତୈିତ ଜୀବନର ମୁଳଦୁଆ । କାରଣ ପୂର୍ବରୁ ଏଇ ଆସନରେ ଜିତି ସେ ବିଧାନସଭାକୁ ଯାଇଥିଲେ । ସେପଟେ ୨୦୧୪ ରେ ରଘୁନନ୍ଦନ ମଧ୍ୟ ସ୍ୱାଧୀନ ଭାବେ ନିର୍ବାଚନ ଲଢି ୩୩ ହଜାରରୁ ଉର୍ଦ୍ଧ ଭୋଟ ନିଜ ବ୍ୟାଗକୁ ଆଣିପାରିଥିଲେ । ଏଥିରୁ ସ୍ପଷ୍ଟ ହେଉଛି ଯେ ଉକ୍ତ ଆସନରେ ଉଭୟ ଦାମ ଓ ରଘୁଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ଅଛି । ତେଣୁ କିଏ ଏହି ବିଧାନସଭା ଆସନଟିକୁ ହାତେଇବ ତାହା ଏବେ ରହିଛି ସନ୍ଦେହରେ ।