ମୁମ୍ବାଇ (ଏଟିଆର ବ୍ୟୁରୋ): କଥା କୁ ନଥା କରିବାରେ କିଛି ଲୋକ ମାହିର ଥାନ୍ତି । ଆମେ ଏକଥା ଏଇଥି ପାଇଁ କହୁଛୁ କାରଣ ବଲିଉଡର ଡିମ୍ପଲ ଗର୍ଲ ମାନେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜନ୍ମ ଡେନମାର୍କରେ । ଏହାକୁ ନେଇ ଲୋକେ ଦୀପିକାଙ୍କ ଭାରତୀୟ ନାଗରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଲୋକେ କହିଛନ୍ତି କି ଦୀପିକା ପାଦୁକୋନ୍ ମତଦାନ କରି ପାରିବେ ନାହିଁ କାରଣ ତାଙ୍କ ଭାରତୀୟ ନାଗରିକତା ନାହିଁ । ତାଙ୍କ ପାଖରେ ଡେନମାର୍କର ପାସପୋର୍ଟ ରହିଛି । ଏବିଷୟରେ ଦୀପିକାଙ୍କ ମତନନେଇ ଲୋକେ ଏହି କଥାକୁ ବଡ କରିବାରେ ଲାଗିଛନ୍ତି ।
ଏବେ ଦୀପିକା ପାଦୁକୋନ୍ ତାଙ୍କ ଆଗାମୀ ଫିଲ୍ମ ‘ଛପାକ’ ର ସୁଟିଂ ରେ ଖୁବ୍ ବ୍ୟସ୍ତ ଅଛନ୍ତି । ଯେତେବେଳେ ତାଙ୍କୁ ଲୋକଙ୍କର ଏହି କଥାକୁ ନେଇ ପ୍ରଶ୍ନ କରାଗଲା ସେ ଏହାକୁ ବକୱାସ ବୋଲି କହିଛନ୍ତି । ଦୀପିକା କହିଛନ୍ତି କି ତାଙ୍କ ପାଖରେ ଭାରତର ପାସପୋର୍ଟ ରହିଛି ଏବଂ ସେ ଭାରତୀୟ ନାଗରିକ ।
ହୁଏତ ଦୀପିକାଙ୍କ ଜନ୍ମ ଡେନମାର୍କରେ ହୋଇଛି କିନ୍ତୁ ସେ ଭାରତର ନାଗରିକତା ହାସଲ କରିପାରିଛନ୍ତି । ଏହାସହିତ ଖୁବ୍ ଶୀଘ୍ର ମତଦାନ କରିବାରେ ମଧ୍ୟ ନଜର ଆସିବେ ।