ବଲାଙ୍ଗୀର (ଏଟିଆର ବ୍ୟୁରୋ); ନାଳର ଏକ ପରିତ୍ୟକ୍ତ ସ୍ଥାନରୁ ମିଳିଲା ୫ବର୍ଷ ଶିଶୁର ମୃତଦେହ । ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର ଲୋକ । ତେବେ ଏଭଳି ଦୁଃଖଦ ଘଟଣା ବଲାଙ୍ଗୀର ଟାଉନ ଥାନା ଲକ୍ଷ୍ମୀନଗର ପଡାରେ ଘଟିଛି । ଗାଁର ଜଗଦୁବାଗଙ୍କ ପାଞ୍ଚ ବର୍ଷର ପୁଅ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ପୋଲିସ ରିପୋର୍ଟ ମୁତାବକ ଗତକାଲି ସକାଳେ ଜଗଦୁବାଗଙ୍କ ପୁଅ ନିଖୋଜ ହୋଇଯାଇଥିଲା । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ପୁଅର ପତ୍ତା ମିଳିନଥିଲା । ଶେଷରେ ପରିବାର ଲୋକ ବଲାଙ୍ଗୀର ଟାଉନ ଥାନାରେ ଖବର ଦେଇଥିଲେ । ପୋଲିସ ମଧ୍ୟ ଅନୁସନ୍ଧାନ କରିଥିଲା । କିନ୍ତୁ କିଛି ଫଳ ମିଳିନଥିଲା । ସଂନ୍ଧ୍ୟାରେ ସ୍ଥାନୀୟ ଲୋକ ନାଳଆଡେ ଯାଇଥିବା ବେଳେ ସେମାନେ ଗାତରେ ଶିଶୁର ମୃତଦେହକୁ ଦେଖିଥିଲେ । ପରେ ସେମାନେ ପୋଲିସକୁ କବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ଶିଶୁର ମୃତଦେହ ଯେଉଁ ସ୍ଥାନରୁ ଉଦ୍ଧାର କରାଯାଇଛି ସେଠାକୁ ସେ ଯିବା ଅସମ୍ଭବ । ଶିଶୁର ମୁଣ୍ଡରେ ଆଘାତ ହୋଇଥିବା ବେଳେ କାନରୁ ରକ୍ତ ବାହାରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏଣୁ ପୋଲିସ ପାରିପାର୍ଶିକ ପରିସ୍ଥିତିରୁ ଅନୁମାନ କରିଛି କି କେହି ମାରିବା ପରେ ଏଠାରେ ଆଣି ଫୋପାଡି ଚାଲିଯାଇଛି । ତେବେ କିଏ ଏବଂ କାହିଁକି ମାରଛି ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ ।