ପ୍ୟାରିସ,(ଏଜେନ୍ସି): ଫ୍ରାନ୍ସ ସରକାର ଖୁବଶୀଘ୍ର ଏମିତି ଏକ ଆଇନ୍ ପ୍ରଣୟନ କରିବାକୁ ଯାଉଛନ୍ତି, ଯାହାଦ୍ୱାରା ଜଣେ ୧୫ ବର୍ଷ ବୟସ ପରେ ହିଁ ସେକ୍ସ କରିବାକୁ ଅନୁମତି ପାଇପାରିବ । ଯଦି କେହି ଏହି ଆଇନକୁ ଉଲ୍ଲଙ୍ଘନ କରେ, ତା’ହେଲେ ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
୧୧ ବର୍ଷ ବୟସର ଦୁଇ ଜଣ ଝିଅ ସେକ୍ସ କାର୍ଯ୍ୟରେ ଲିପ୍ତ ରହିଥିବା କଥା ଜଣାପଡ଼ିବା ପରେ ସରକାର ଏଭଳି ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଥିବା ଜଣାପଡ଼ିଛି । ଏବେ ଫ୍ରାନ୍ସରେ ସେକ୍ସ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ଧାର୍ଯ୍ୟ କରାଯାଇନାହିଁ । ଛୋଟଛୋଟ ପିଲା ମଧ୍ୟ ସେକ୍ସ କାର୍ଯ୍ୟରେ ଲିପ୍ତ ରହୁଛନ୍ତି, ଯାହା ସରକାରଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି ।
ଏହି ଘଟଣା ତୀବ୍ର ରୂପ ନେବାରୁ ମଙ୍ଗଳବାର ଫ୍ରାନ୍ସ ସରକାରଙ୍କ ମହିଳା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆମେ ଖୁବଶୀଘ୍ର ଏକ ଆଇନ୍ ପାର୍ଲାମେଣ୍ଟରେ ଉପସ୍ଥାପନ କରିବାକୁ ଯାଉଛୁ । ଯେଉଁଥିରେ ସେକ୍ସ କରିବା ପାଇଁ ସର୍ବନିମ୍ନ ବୟସ ୧୫ ରହିବ । ପୂର୍ବରୁ ଏହାକୁ ୧୩ କରାଯିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ରାଷ୍ଟ୍ରପତି ଇମାନ୍ୟୁଏଲ୍ ମାର୍କନଙ୍କ ସମେତ ଆଉ କିଛି ସଦସ୍ୟ ଏହାକୁ ବିରୋଧ କରିଥିଲେ ।