ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ୨୦୧୯- ୨୦ ଅର୍ଥ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଥର ଲାଗି ବ୍ରିପକେସ ଛାଡି ଖାତା ବହି ଧରି ସଂସଦରେ ପ୍ରବେଶ କରିଛନ୍ତି ନିର୍ମଳା । ୫୦ ବର୍ଷ ପରେ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବରେ ଉପସ୍ଥାପନା କରୁଛନ୍ତି ବଜେଟ । ତେବେ ନଜର ପକାନ୍ତୁ ୨୦୧୯-୨୦ ବଜେଟ ଉପସ୍ଥାପନ ଉପରେ…
୧- ଦେଶରେ ଭିତ୍ତିଭୂମି ଉପରେ ଆମର ଲକ୍ଷ୍ୟ
୨- ଚୁଲି ଧୂଆଁରୁ ମହିଳାଙ୍କୁ ମୁକ୍ତ କରାଯାଇଛି
୩- ଖାଦ୍ୟ ସୁରକ୍ଷା ଯୋଜନାରେ ୨ ଗୁଣା ଖର୍ଚ୍ଚ ହୋଇଛି
୪- ସରକାରୀ ପ୍ରକଳ୍ପ ସହଜ କରାଯାଇଛି
୫- ବିନିନେସ କରିଡରରେ ଲୋକଙ୍କୁ ସୁଯୋଗ ମିଳିଛି
୬- ଉଡାଣ ଯୋଜନାରେ ଛୋଟ ସହରକୁ ଯୋଗାଯୋଗ ବଢ଼ିଛି
୭- ଗାଁ-ସହର ମଧ୍ୟରେ ତାରତମ୍ୟ କମିଛି
୮- ପ୍ରତ୍ୟେକ ଲୋକ ପରିବର୍ତ୍ତନ ଅନୁଭବ କରୁଛନ୍ତି