ଇଟାଲି (ଏଟିଆର ବ୍ୟୁରୋ); ପୁଣି ବିଦେଶରେ ଚମକିଲେ ଓଡିଆ ଝିଅ ଦୂତି ଚାନ୍ଦ । ୧୦୦ ମିଟର ଦୌଡରେ ହାସଲ କଲେ ସ୍ୱର୍ଣ୍ଣ ପଦକ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ପୁଣିଥରେ ଓଡିଶାର ଟେକ ରଖିଛନ୍ତି ଦୂତି । ଇଟାଲିର ନାପୋଲିଠାରେ ଚାଲିଥିବା ୩୦ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ଚମକ ଦେଖିବାକୁ ମିଳିଛି। ମହିଳା ୧୦୦ ମିଟର ଦୌଡ଼ରେ ଦୂତି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
ଦୂତି ସୋମବାରର ପ୍ରଥମ ପର୍ୟ୍ୟାୟରେ ନିଜ ହିଟ୍ର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଆଜି ସେମିଫାଇନାଲ୍ରେ ୧୧.୪୧ ସେକେଣ୍ଡ ସମୟ ସହ ହିଟ୍ ନମ୍ବର-୨ର ପ୍ରଥମ ସ୍ଥାନରେ ରହି ଫାଇନାଲ୍ ଟିକେଟ ହାସଲ କରିଥିଲେ। ତିନିଟି ଯାକ ପର୍ୟ୍ୟାୟରେ ସେ କ୍ରମାଗତ ଭବେ ନିଜ ଟାଇମିଂରେ ଉନ୍ନତି ଆଣିଥିଲେ। କିଟ୍ ବିଶ୍ବ ବିଦ୍ୟାଳୟର ପ୍ରତିନିଧିତ୍ବ କରୁଥିବା ଦୂତି ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଭାରତୀୟ ପତାକା ଧରିଥିଲେ।
Congratulations @DuteeChand for winning the 100m sprint at the Universiade, the World University Games, in Naples. This is India’s first such gold and a moment of immense pride for our country. Please keep up the effort, and look to greater glory at the Olympics #PresidentKovind
— President of India (@rashtrapatibhvn) July 10, 2019
ତେବେ ଦୂତି ଚାନ୍ଦଙ୍କ ଏହି ସଫଳତା ପରେ ସାରା ଭାରତର ଗୌରବ ବଢ଼ାଇଛି । ତାଙ୍କର ଏହି ସଫଳତାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶୁଭେଛା ଜଣାଇଛନ୍ତି । ସେ ନିଜ ଟ୍ୱିଟର ପେଜରେ ଶୁଭେଛା ଜଣାଇଛନ୍ତି । ରାଷ୍ଟ୍ରପତିଙ୍କ ସମେତ ବହୁ ବୁଦ୍ଧିଜୀବୀ ଏବଂ ରାଜେନେତାଏବଂ ସାଧାରଣ ଲୋକ ମଧ୍ୟ ଶୁଭେଛା ଜଣାଇଛନ୍ତି ।