ପୁରୀ (ଏଟିଆର ବ୍ୟୁରୋ); ଶ୍ରୀ ଗୁଣ୍ଡିଚା ମନ୍ଦିର ଛାଡି ପୁଣିଥରେ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି କାଳିଆ ସାଆନ୍ତେ । ଆଗରେ ବଡ ଭାଇ ଏବଂ ଭଉଣୀ ସୁଭଦ୍ରା ବାହାରିଥିଲେ । ଏବେ କାଳିଆ ସାଆନ୍ତେ ବାହାରିଛନ୍ତି । ଭକ୍ତମାନେ ବଡ ଶରଧାର ସହ ରଥ ଟାଣୁଛନ୍ତି । ଘଣ୍ଟ ଘଣ୍ଟା ହୁଳହୁଳି ପ୍ରକମ୍ପିତ ହେଉଛି । ତେବେ କାଳିଆ ଠାକୁରଙ୍କ ରଥ ଟାଣିବା ପାଇଁ ଅଧିକ ଭକ୍ତ ଆଗ୍ରହ ସହକାରେ ବାହାରିଛନ୍ତି ।
ରଥଯାତ୍ରାରେ ଚତୁର୍ଦ୍ଧା ମୁରତୀ ଶ୍ରୀ ଗୁଣ୍ଡିଚା ମନ୍ଦିର ଯାଇଥିଲେ । ରତ୍ନବେଦୀ ଛାଡି ଜନ୍ମବେଦୀରେ ବିଜେ କରିଥିଲେ । ଶ୍ରୀମନ୍ଦିର ଛାଡି ଭକ୍ତମାନେ ଶ୍ରୀଗୁଣ୍ଡିଚା ରାଣୀଙ୍କ ମନ୍ଦିରରେ ଭକ୍ତମାନେ ଭିଡ ଜମାଇଥିଲେ । ଆଡପ ଅବଢ଼ା ଖାଇ ନିଜକୁ ଧନ୍ୟ ମନେକରିଥିଲେ । ତେବେ ଜଗନ୍ନାଥଙ୍କ ସମସ୍ତ ନୀତି କାନ୍ତି ସମ୍ପର୍ଣ୍ଣ ହୋଇଥିଲା । ଆଜି ବଡ ଦେଉଳକୁ ଫେରୁଛନ୍ତି ମହାପ୍ରଭୁ ।