ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ । ସାରା ଦେଶରେ ଏବେ ବିଭିନ୍ନ ଶୈବ ପୀଠ ମାନଙ୍କରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳୁଛି । ତେବେ ଏହି ଅବସରରେ ପ୍ରଶାସନ ପକ୍ଷରୁ ବଧ୍ୟ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଓଡିଶା ଭଳି ମଧ୍ୟ ୟୁପିରେ ମଧ୍ୟ କାଉଡିଆ ମାନେ ବିଭିନ୍ନ ଶୈବ ପୀଠ ମାନଙ୍କୁ ପାଣି ନେଇ ଯାଉଛନ୍ତି । ଏହି ଅବସରରେ ଉତ୍ତର ପ୍ରଦେଶରେ ଶାନ୍ତି ପୂର୍ଣ୍ଣ କାଉଡି ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଏହି ଧର୍ମ ମାସରେ ୟୁପିର ସାମଲିରୁ ଏକ ଏମିତି ଭିଡିଓ ଏବେ ସାମ୍ନାକୁ ଆସିଛି ଯାହାକୁ ଦେଖି ଏବେ ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା । ବା..ବା.. ଶୁଣିବାକୁ ମିଳୁଛି ।
ଯାହା ଏବେ ଶୋସାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ସାମଲିର ପୋଲିସ ଅଧିକ୍ଷକ( ଏସପି) ଅଜୟ କୁମାର ଜଣେ କାଉଡିଆଙ୍କ ପ।।ଦ ମସାଜ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ସାମଲି ପୋଲିସ ନିଜ ଟ୍ୱିଟର ପେଜେରେ ସେୟାର କରିଛନ୍ତି । ତେବେ ଏହାକୁ ନେଇ ଏସପି ଅଜୟ କୁମାରଙ୍କ କହିବା କଥା ପୋଲିସ ଲୋକଙ୍କୁ ସୁରକ୍ଷା ଦେବା ଓ ସେବା କରିବା କର୍ତ୍ତବ୍ୟ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆମ ବିଭାଗରେ କାମ କରୁଥିବା ସହକର୍ମୀଙ୍କୁ ମୁଁ ଏହା କହିବି କେବଳ ଲୋକଙ୍କୁ ସୁରକ୍ଷା ଦେବା ଆମର କାମ ନୁହେଁ ଲୋକଙ୍କ ସେବା କରିବା ମଧ୍ୟ ଆମର କାମ ।
सुरक्षा के साथ-साथ सेवा भी।
आज दिनांक 26.07.19 को SP शामली श्री अजय कुमार द्वारा चिकित्सा शिविर का उद्धघाटन किया गया तथा चिकित्सा शिविर में आये हुए भक्तो की सेवा की गई। @Uppolice @policenewsup @News18India @ABPNews @aajtak @adgzonemeerut pic.twitter.com/zSmRX9VIlP
— Shamli Police (@shamlipolice) July 26, 2019
ବହୁ ୂଦୂର ଦୂରାନ୍ତରୁ ଭକ୍ତ ମାନେ ପାଦରେ ଚାଲି ଚାଲି ଜଳାଭିଶେକ କରିବା ପାଇଁ ହରିଦ୍ୱାର ଯାଉଛନ୍ତି । ଭକ୍ତଙ୍କ ଥକାକୁ ୂଦୂର କରିବା ପାଇଁ କାଉଡିଆଙ୍କ ପାଦ ସେବା କରିଥିଲି ।ସୂଚନଯୋଗ୍ୟ ଏହି ଭିଡିଓ ସେୟାର କରି ସାମଲି ପୋଲିସ ଲେଖିଛି ‘ ସୁରକ୍ଷା ସହିତ ସେବା ମଧ୍ୟ’ । ଏସପି ଅଜୟ କୁମାରଙ୍କ ଦା୍ୱରା ଚିକିତ୍ସାକେନ୍ଦ୍ରର ଉଦଘାଟନ କରାଯିବା ପରେ ନିଜେ ଏସପି କାଉଡିଆଙ୍କ ପାଦ ସେବା କରାଯାଇଛି । ଉଦଘାଟିତ ହୋଇଥିବା ସେବା କେନ୍ଦ୍ରରେ କେବଳ କାଉିଆଙ୍କ ସେବା କରାଯିବ ।