ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ମଶୁର କ୍ୟାଫେ କଫି ଡେ (ସିସିଡି)ର ସଂସ୍ଥାପକ ଭି.ଜି ସିଦ୍ଧାର୍ଥଙ୍କ ନିଖୋଜ ହେବା ଘଟଣା ଏବେ ଚାରିଆଡେ ହଇଚଇ ସୃଷ୍ଟି କରିଛି । ଯାହା ଏବେ ସବୁଠାରୁ ବଡ ପ୍ରସଙ୍ଗ ପାଲଟିଛି । ଯେଉଁ ସିସିଡି ଆଜିକା ଦିନରେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିପାରିଛି । ସେହି ସଂସ୍ଥାର ମାଲିକ ଅଚାନକ୍ ନିଖୋଜ ହେବା ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଏବେ ଘଟଣାରେ ଆସିଛି ନୂଆ ମୋଡ, ଏବେ ସିଦ୍ଧାର୍ଥଙ୍କର ତିନି ଦିନ ପୁରୁଣା ଏକ ଚିଠି ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ତାଙ୍କର ସମସ୍ତ ଅସୁବିଧା ବିଷୟରେ ଜଣାଇଛନ୍ତି । ଏହି ଚିଠିରେ ସେ କମ୍ପାନୀରେ ହେଉଥିବା କ୍ଷତି ଏବଂ ଋଣ କଥା ବି ଉଠାଇଛନ୍ତି । କେବଳ ଏତିକି ନୁହେଁ ସେ ଆୟକର ବିଭାଗର ପୂର୍ବ ଡିଜି ତାଙ୍କ ଉପରେ ଚାପ ପକାଇଥିବା ସେ ଉଲ୍ଲେଖ କରିଛନ୍ତି ।
"Every financial transaction is my responsibility…the law should hold me & only me accountable.": Founder & owner, Cafe Coffee Day (CCD), #VGSiddhartha's letter to employees and board of directors of CCD, states. He has gone missing from Mangaluru, search operation underway. pic.twitter.com/pVOAQgdTzv
— moneycontrol (@moneycontrolcom) July 30, 2019
ସିଦ୍ଧାର୍ଥଙ୍କ ଏହି ଚିଠି ଜୁଲାଇ ୨୭ରେ ଲେଖା ହୋଇଥିବା ଜଣା ପଡିଛି । ଯେଉଁଥିରେ ସେ ସିସିଡି ର ବୋର୍ଡ ଅଫ୍ ଡାୟରେକ୍ଟର ଏବଂ ସିସିଡି ପରିବାରକୁ କହିଛନ୍ତି କି,୩୭ ବର୍ଷ ର ଚେଷ୍ଟା ପରେ ବି ଏକ ସଠିକ ଏବଂ ଫାଇଦା ଯୋଗ୍ୟ ବିଜନେସ୍ ମଡେଲ ପ୍ରସ୍ତୁତ କରିପାରି ନାହାଁନ୍ତି ।
ସେ ତାଙ୍କ ଚିଠିରେ ଲେଖିଛନ୍ତି କି ଯେଉଁ ଲୋକ ମୋ ଉପରେ ନିରାଶ କରିଛନ୍ତି ତାଙ୍କୁ ନିରାଶ କରିବା ପାଇଁ ମୁଁ କ୍ଷମା ମାଗିବାକୁ ଚାହିଁବି । ଦୀର୍ଘ ସମୟ ହେବ ମୁଁ ଲଢୁଛି, କିନ୍ତୁ ଏବେ ହାର୍ ମାନୁଛି । ଜଣେ ପ୍ରାଇଭେଟ୍ ଇକ୍ୱିଟି ଲେଣ୍ଡର ପାର୍ଟନରର ଚାପ ମୁଁ ସହି ପାରୁନି । ସେ ପୁଣି ଥରେ ସେୟାର କିଣିବା ପାଇଁ ମୋ ଉପରେ ଚାପ ପକାଉଛି । ଏହାର ଟଙ୍କା ମୁଁ ଛଅ ମାସ ପୂର୍ବରୁ ଭରି ଦେଇଛି । ଏବେ ଅନ୍ୟ ଏକ ଲେଣ୍ଡର ଚାପ ପକାଉଛି । ଏଥିପାଇଁ ସେ ପରିସ୍ଥିତି ସାମ୍ନାରେ ମୁଣ୍ଡ ନୁଆଁଇଥିବା ଜଣାଇଛନ୍ତି ।
ଏହି ଚିଠିରେ ସିଦ୍ଧାର୍ଥ ଅଭିଯୋଗ କରିଛନ୍ତି କି ଆୟକର ବିଭାକର ପୂର୍ବତନ ଡିଜି ତାଙ୍କୁ ପ୍ରତାରିତ କରୁଛନ୍ତି । ସେହିଭଳି ଚିଠିରେ ସିଦ୍ଧାର୍ଥ ତାଙ୍କ ଷ୍ଟାଫଙ୍କୁ କହିଛନ୍ତି କି ସେ ନୂଆ ମ୍ୟାନେଜମେଂଟ ସହିତ ବ୍ୟବସାୟ ଚଳାନ୍ତୁ । ଏହା ସହିତ ଯେଉଁ ସବୁ ଭୁଲ୍ ହୋଇଛି ସେଥିପାଇଁ ସେ ନିଜକୁ ଦୋଷୀ ବୋଲି କହିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଅର୍ଥନୈତିକ କାରବାର ମୋ ଦାୟିତ୍ୱ । ମୋ ସମସ୍ତ ଦେଣ ନେଣ ବିଷୟରେ ମୋ ଟିମ୍ , ଅଡିଟର୍ସ ଏବଂ ସିନିୟର ମ୍ୟାନେଜମେଂଟ ଙ୍କୁ ଜଣା ନାହିଁ । ଏନେଇ ଆଇନ କେବଳ ମୋତେ ହିଁ ଦୋଷୀ କରିବା ଉଚିତ୍ କାରଣ ମୁଁ ଏ ବିଷୟରେ ସମସ୍ତଙ୍କୁ ଲୁଚେଇ ରଖିଛି । ମୋ ପରିବାର ବି ଏହି ବିଷୟରେ କିଛି ଜାଣି ନାହାଁନ୍ତି ।
ସେ ଚିଠିରେ ଉଲ୍ଲେଖ କରି ଲେଖିଛନ୍ତି ତାଙ୍କର ଉଦ୍ଦେଶ୍ୟ କାହାକୁ ଧୋକା ଦେବା ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଉପରେ ଏବେ ଯେତିକି ଋଣ ରହିଛି ତା ଠାରୁ ଅଧିକ ତାଙ୍କର ସମ୍ପତ୍ତିର ମୂଲ୍ୟ ରହିଛି ।
ସୂଚନା ଯୋଗ୍ୟ କ୍ୟାଫେ କଫି ଡେ (ସିସିଡି)ର ସଂସ୍ଥାପକ ଭି.ଜି ସିଦ୍ଧାର୍ଥ ସେମାବାର ରାତିରୁ ନିଖୋଜ ଅଛନ୍ତି । ସେ କର୍ଣ୍ଣାଟକର ମଙ୍ଗଲୁରୁ ସ୍ଥିତ ନେତ୍ରାବତୀ ନଦୀ ନିକଟରୁ ନିଖୋଜ ହୋଇଯାଇଥିବାର କୁହାଯାଉଛି । ତାଙ୍କୁ ଖୋଜିବା ପାଇଁ ପୋଲିସ ଏବଂ କୋଷ୍ଟଗାର୍ଡ ଟିମ୍ ଲାଗିପଡିଛନ୍ତି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କୃଷ୍ଣାଙ୍କ ଜ୍ୱାଇଁ ହେଉଛନ୍ତି ସିଦ୍ଧାର୍ଥ ।