ବେଙ୍ଗାଲୁର ( ଏଟିଆର ବ୍ୟୁରେ): ଦେଶର ମଶୁର କ୍ୟାଫେ କଫି ଡେ (ସିସିଡି)ର ସଂସ୍ଥାପକ ଭି.ଜି ସିଦ୍ଧାର୍ଥଙ୍କ ନିଖୋଜ ହେବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ତାଙ୍କର ମୃତଦେହ କର୍ଣ୍ଣାଟକର ମାଙ୍ଗାଲୁରୁ ଅନ୍ତର୍ଗତ ନେତ୍ରବତୀ ନଈକୂଳରୁ ଉଦ୍ଧାର କରାଯାଇଥିବା କଥା ପୁଲିସ ସୂଚନା ଦେଇଛି । କ୍ୟାଫେ କଫି ଡେ (ସିସିଡି)ର ସଂସ୍ଥାପକ ଭି.ଜି ସିଦ୍ଧାର୍ଥ ଗତ ସେମାବାର ରାତିରୁ କର୍ଣ୍ଣାଟକର ମାଙ୍ଗାଲୋର ସ୍ଥିତ ନେତ୍ରାବତୀ ନଦୀ ନିକଟରୁ ନିଖୋଜ ହୋଇଯାଇ ଥିଲେ । ମାଙ୍ଗାଲୋର ପାଖରେ ଥିବା ନେତ୍ରାବତୀ ନଦୀରୁ କୋଷ୍ଟଗାର୍ଡ ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି ।
ଗତ ମୋସବାର ସନ୍ଧ୍ୟାରେ ନଦୀ କୂଳରେ କାର ଛାଡି ହଠାତ ସିଦ୍ଧାର୍ଥ କୁଆଡେ ନିଖୋଜ ହୋଇ ଯାଇଥିବା ତାଙ୍କ ଡ୍ରାଇଭର ପୋଲିସକୁ ସୂଚନା ଦେଇଥିଲେ । ଅନ୍ୟପଟେ ସିଦ୍ଧାର୍ଥଙ୍କ ପରି କେହି ଜଣେ ନଦୀକୁ ଡେଇଁ ପଡିଥିବା ସେଠାରେ ଥିବା ମତ୍ସ୍ୟଜୀବି ପୋଳିସକୁ ପୂର୍ବରୁ ସୂଚନା ଦେଇଥିଲେ । ଯାହାକୁ ଭିତ୍ତିକରି ପୋଲିସ ସର୍ଚ୍ଚଅପସେନ ଜାରି ରଖିଥିଲା । ସିଦ୍ଧାର୍ଥ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଏସ୍ ଏମ୍ କ୍ରିଷ୍ଣାଙ୍କର ଜ୍ବାଇଁ ।
ଅପରପକ୍ଷେ ଗତକାଲି ସିଦ୍ଧାର୍ଥଙ୍କର ଏକ ଚିଠି ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ତାଙ୍କର ସମସ୍ତ ଅସୁବିଧା ବିଷୟରେ ଜଣାଇଥିଲେ । ଏହି ଚିଠିରେ ସେ କମ୍ପାନୀରେ ହେଉଥିବା କ୍ଷତି ଏବଂ ଋଣ କଥା ବି ଉଠାଇଥିଲେ । କେବଳ ଏତିକି ନୁହେଁ ସେ ଆୟକର ବିଭାଗର ପୂର୍ବ ଡିଜି ତାଙ୍କ ଉପରେ ଚାପ ପକାଇଥିବା କଥା ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଥିଲେ। ସିଦ୍ଧାର୍ଥଙ୍କ ଏହି ଚିଠି ଜୁଲାଇ ୨୭ରେ ଲେଖା ହୋଇଥିଲା। ଯେଉଁଥିରେ ସେ ଜଣାଇଥିଲେ ସେ ବ୍ୟବସାୟର ସଫଳ ମଡେଲ ପ୍ରସ୍ତୁତ କରି ପାରି ନାହାନ୍ତି । ଜଣେ ପ୍ରାଇଭେଟ୍ ଇକ୍ୱିଟି ଲେଣ୍ଡର ପାର୍ଟନରର ଚାପ ମୁଁ ସହି ପାରୁନି । ସେ ପୁଣି ଥରେ ସେୟାର କିଣିବା ପାଇଁ ମୋ ଉପରେ ଚାପ ପକାଉଥିବା ସେ ଲେଖିଥିଲେ ।
ଆହୁରି ମଧ୍ୟ ସିଦ୍ଧାର୍ଥ ଅଭିଯୋଗ କରିଥିଲେ କି ଆୟକର ବିଭାକର ପୂର୍ବତନ ଡିଜି ତାଙ୍କୁ ପ୍ରତାରିତ କରୁଛନ୍ତି । ସେହିଭଳି ଚିଠିରେ ସିଦ୍ଧାର୍ଥ ତାଙ୍କ ଷ୍ଟାଫଙ୍କୁ କହିଥିଲେ କି ସେ ନୂଆ ମ୍ୟାନେଜମେଂଟ ସହିତ ବ୍ୟବସାୟ ଚଳାନ୍ତୁ । ଏହା ସହିତ ଯେଉଁ ସବୁ ଭୁଲ୍ ହୋଇଛି ସେଥିପାଇଁ ସେ ନିଜକୁ ଦୋଷୀ ବୋଲି ବିବେଚନା କରିଥିଲେ । ଅର୍ଥନୈତିକ କାରବାର ମୋ ଦାୟିତ୍ୱ । ମୋ ସମସ୍ତ ଦେଣ ନେଣ ବିଷୟରେ ମୋ ଟିମ୍ , ଅଡିଟର୍ସ ଏବଂ ସିନିୟର ମ୍ୟାନେଜମେଂଟ ଙ୍କୁ ଜଣା ନାହିଁ ।
ଏନେଇ ଆଇନ କେବଳ ମୋତେ ହିଁ ଦୋଷୀ କରିବା ଉଚିତ୍ କାରଣ ମୁଁ ଏ ବିଷୟରେ ସମସ୍ତଙ୍କୁ ଲୁଚେଇ ରଖିଛି । ମୋ ପରିବାର ବି ଏହି ବିଷୟରେ କିଛି ଜାଣି ନାହାଁନ୍ତି ବୋଲି ସେ ଜଣାଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ତାଙ୍କ ଉପରେ ଏବେ ଯେତିକି ଋଣ ରହିଛି ତା ଠାରୁ ଅଧିକ ତାଙ୍କର ସମ୍ପତ୍ତିର ମୂଲ୍ୟ ରହିଛି । ସୂଚନା ମୁତାବକ ଉଦ୍ଧାର ଶବ ଭିଜି ସିଦ୍ଧାର୍ଥଙ୍କର ବୋଲି ତାଙ୍କ ବନ୍ଧୁ ଓ ପରିବାରବର୍ଗ ନିଶ୍ଚିତ କରିଥିବା କଥା ମାଙ୍ଗାଲୁରୁ ବିଧାୟକ ୟୁଟି ଖାଦେର୍ କହିଛନ୍ତି। ଆଜି ସିଦ୍ଧାର୍ଥଙ୍କ ମୃତଦେହ େଓ୍ଵନ୍ଲକ୍ ହସ୍ପିଟାଲ୍ରେ ବ୍ୟବଚ୍ଛେଦ କରାଯିବ।