ମୁମ୍ବାଇ(ଏଟିଆର ବ୍ୟୁରୋ):ବଲିଉଡର ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ନିର୍ଦ୍ଦେଶକ କରନ ଜୋହାରଙ୍କ ପାର୍ଟିକୁ ଡ୍ରଗ୍ସ ପାର୍ଟି ବୋଲି ଅନେକ କହିଛନ୍ତି । ତେଣୁ ଏହାର ଏନସିବି ତରଫରୁ ଜାଞ୍ଚ ପାଇଁ ଅନେକ ଆଡୁ ଦାବି ମଧ୍ୟ କରାଯାଇଥିଲା । କିନ୍ତୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ନିଶ୍ଚିତ କରିଛି ଯେ ବଲିଉଡ ଚଳଚ୍ଚିତ୍ର ନିର୍ମାତା କରନ ଜୋହରଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓ ଯାହାକୁ ଡ୍ରଗ୍ସ ପାର୍ଟି ଭିଡିଓ କୁହାଯାଉଥିଲା ତାକୁ ଯାଞ୍ଚ କରୁନାହିଁ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଡ୍ରଗ୍ସ ସମ୍ବନ୍ଧୀୟ ତଦନ୍ତ ଉପରେ ସେମାନେ ଏବେ ଅଧିକ ଧ୍ୟାନ ଦେଇଛନ୍ତି । କରନ ଜୋହାରଙ୍କ ଦ୍ୱାରା ଏହି ପାର୍ଟିର ଭିଡିଓ ଜୁଲାଇ ୨୮, ୨୦୧୯ ରେ ପୋଷ୍ଟ କରାଯାଇଥିଲା ଯେଉଁଥିରେ ଦୀପିକା ପାଦୁକୋନ, ଅର୍ଜୁନ କପୁର, ମଲାଇକା ଆରୋରା, ସହିଦ କପୁର, ରଣବୀର କପୁର, ବିକି କୌଶଲ ଭଳି ସେଲେବ୍ରିଟି ସାମିଲ ଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଶିରୋମଣି ଅକାଲୀ ଦଳ ବିଧାୟକ ମଞ୍ଜିନ୍ଦର ସିଂ ସିର୍ସା ,ସେଲିବ୍ରିଟିଙ୍କ ଡ୍ରଗ୍ସ ସେବନରେ ସମ୍ପୃକ୍ତ ଥିବା ଘଟଣାର ତଦନ୍ତ ଦାବି କରିଥିଲେ।
ଶନିବାର ଏକ ପ୍ରେସ ମିଟ ହେବା ସମୟରେ ଏନସିବି କରନ ଜୋହରଙ୍କୁ ‘ଡ୍ରଗ୍ ପାର୍ଟି’ ଭିଡିଓ ଉପରେ ପ୍ରସ୍ନ ପଚାରିବା ପାଇଁ ଡକାଇବାକୁ ଯୋଜନା କରିଛି ନା ନାହିଁ ବୋଲି ପଚରାଯାଇଥିବା ବେଳେ ଏନସିବିର ଡେପୁଟି ଡାଇରେକ୍ଟର ଜେନେରାଲ୍ ମୁଥା ଅଶୋକ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହିତ ଏହି ଭିଡିଓର କୌଣସି ଲିଙ୍କ୍ ନାହିାଁ ତେଣୁ ସେ ଏହି ଭାଇରାଲ ଭିଡିଓର ତଦନ୍ତ କରୁ ନାହାନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024