କଳାହାଣ୍ଡି ( ଏଟିଆର ବ୍ୟୁରୋ): ନାଳପାରେ ହେବା ବେଳେ ଭାସିଗଲେ ଯୁବକ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଏବେ ବର୍ଷାର ପରିମାଣ ବଢିଛିି । ସୂଚନା ଅନୁସାରେ ଗତକାଲି ଜିତୁରଣା ନାମକ ଜଣେ ଯୁବକ ଗାଈ ଚରାଇବାକୁ ଯାଇଥିଲେ । ହେଲେ ଗାଇ ଚରାଇ ଘରକୁ ଫେରି ନଥିଲେ । ତେବେ ଖୋଜାଖୋଜି କରିବା ପରେ ଜଣା ପଡିଛି ଗାଇ ଚାରଇବାକୁ ଯାଇଥିବା ବେଳେ ଜିତୁ ନାଳପାର ହୋଇ ଗୋଟିଏ ପଟୁ ଅନ୍ୟପଟକୁ ଗଲାବେଳେ ପାଣିରେ ଭାସି ଯାଇଥିଲେ । ତାଙ୍କ ସହିତ ଥିବା ଅନ୍ୟ ଦୁଇଜଣ ମଧ୍ୟ ପାଣିରେ ଭାସି ଯାଇଥିଲେ । ମାତ୍ର ସେମାନେ କୌଣସି ପ୍ରକାରେ ବଞ୍ଚି ଯାଇଥିଲେ ।
ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜା ଖୋଜି ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇ ଯାଇଛି । ଗତକାଲି ପଶ୍ଚିମ ଅଞ୍ଚଳ ସମେତ ରାଜଧାନୀରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ତେବେ ବର୍ଷାରେ ପରିମାଣ ଆଜି ଠାରୁ ଅଧିକ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚିନା ଦେଇଛି । ସକାଳ ୭ଟା ୧୫ରୁ ୧୦ଟା ୧୫ ପର୍ୟ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
୧୪ ତାରିଖରେ ଉତ୍ତର ଓଡ଼ିଶା ଉପକୂଳ ଓ ମୟୂରଭଞ୍ଜ, ସୋନପୁର, କେନ୍ଦୁଝର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ଘଡଘଡି ସହ ପବନ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାକୁ ନଜରରେ ରଖି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି ।