ରାଉରକେଲା,(ଏଟିଆରବ୍ୟୁରୋ): ଆରମ୍ଭ ହେଲା ଚଢ଼ାଉ । ରାଉରକେଲା ସହରକୁ ନିଶାମୁକ୍ତ କରିବା ନେଇ ଅଭିଯାନ ଆରମ୍ଭ କରିଛି ପୁଲିସ । ଏସପିଙ୍କ ନିର୍ଦ୍ଦେଶ ପରେ ଏବେ ନିଶା କାରବାର ଉପରେ ପୁଲିସ କଡ଼ା ନଜର ରଖିଛି । ଖାସ ଏଥିପାଇଁ ତ’ ଏନଆଇଟି ପଛପଟେ ଥିବା ହୁକା ବାର ଉପରେ ପୁଲିସ ଅଚାନକ ଛାପା ମାରିଛି । ଚଢ଼ାଉରେ ହୁକା ସମେତ ଏଥିରେ ବ୍ୟବହୃତ ବହୁ ସରଞ୍ଜାମ ଜବତ କରାଯାଇଛି ।
ଜବତ ହୁକ୍କାରେ କେତେ ପରିମାଣର ନିକୋଟିନ ରହିଛି ସେନେଇ ସାଇଣ୍ଟିଫିକ ଟିମ୍ ତଦନ୍ତ କରୁଛି । ଖାଲି ଏତିକି ନୁହେଁ ସହରରେ ଚାଲିଥିବା ବିଭିନ୍ନ ବାର ଗୁଡିକ ସମ୍ପର୍କରେ ମଧ୍ୟ ପୁଲିସ ନଜର ବୁଲାଇଛି । ଖୁବଶୀଘ୍ର ବାର ଉପରେ ମଧ୍ୟ ଚଢ଼ାଉ କରାଯିବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, କିଛିଦିନ ହେବ ରାଉରକେଲାରେ ନୂତନ ଏସପି ଯୋଗ ଦେଇଛନ୍ତି । ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ନିଶା କାରବାରକୁ ରୋକିବାକୁ ସେ ପ୍ରୟାସ ଆରମ୍ଭ କରିଛନ୍ତି । ଏସପିଙ୍କ ଏଭଳି ପଦକ୍ଷେପକୁ ସହରବାସୀ ବେଶ ପସନ୍ଦ କରିଛନ୍ତି । ଆଜିର ଯୁବସମାଜ ନିଶା ଲାଗି ପଥ ଭ୍ରଷ୍ଟ ହେଉଥିବା ବେଳେ ଏସପିଙ୍କ ଏହି ଅଭିଯାନ ଯୁବପିଢ଼ୀଙ୍କୁ ନୂତନ ଦିଶା ଦେଖାଇବ ବୋଲି ମତ ପ୍ରକାଶ ପାଇଛି ।