ପୁରୀ (ଏଟିଆର ବ୍ୟୁରୋ): ଶ୍ରୀକ୍ଷେତ୍ର ପୁରୀରେ ବହୁ ପୁରାତନ କାଳରୁ ଅନେକ ମଠ ମାନ ରହିଛି । ସେଥିମଧ୍ୟରୁ ବଡ ଆଖଡା ମଠ ଅନ୍ୟତମ । ଏହି ମଠ ଶ୍ରୀମନ୍ଦିରର ଦୋଳବେଦୀ କୋଣରେ ଅବସ୍ଥିତ । ମାତ୍ର ବହୁ ପୁରାତନ ଐତିହ ସମ୍ପନ୍ନ ବଡ ଆଖଡା ମଠକୁ ଆଜି ଜିଲ୍ଲା ପ୍ରଶାସନ୍ ପକ୍ଷରୁ ଭଙ୍ଗା ଯାଉଛି । ତେବେ ଆସନ୍ତୁ ଜାଣିବା ଏହି ମଠର ବିଶେଷତ୍ୱ ସମ୍ପର୍କରେ..
ସ୍ୱାମୀ ରାମାନନ୍ଦ ଆଚାର୍ଯ୍ୟଙ୍କ ଦ୍ୱାରା ଶ୍ରୀକ୍ଷେତ୍ର ପୁରୀରେ ବଡ ଆଖାଡା ମଠ ପ୍ରତିଷ୍ଠା କରାଯାଇଥିଲା । ଏହି ମଠ ଶ୍ରୀମନ୍ଦିରର ଦୋଳବେଦୀ କୋଣ ଓ ରଥ ଚକଡା ମଧ୍ୟରେ ଅବସ୍ଥିତ । ଏହି ମଠରେ ନିଯୁକ୍ତି କରାଯାଉଥିବା ମହନ୍ତମାନଙ୍କୁ କୁମ୍ଭମେଳାରେ ଅନୁଷ୍ଠିତ ୧୮ ନାଗା ଅଖାଡାଙ୍କ ଦ୍ୱାରା କରାଯାଇଥାଏ ।
ପ୍ରାୟତଃ ୫୨୧ ବର୍ଷ ତଳର ଏହି ମଠରେ ଶ୍ରୀ ରାମ, ଲକ୍ଷଣ ଓ ସୀତା, ଶ୍ରୀ ହନୁମାନ, ଶ୍ରୀଜଗନ୍ନାଥ, ଶାଳଗ୍ରାମ, ଚାରିଧାମ ଦେବାତାଙ୍କ ପ୍ରତିନିଧି ବିଜେ କରିଛନ୍ତି । ଏହି ମଠର ସବୁଠାରୁ ଆକର୍ଷଣୀୟ ହେଉଛି ହନୁମାନଙ୍କ ବିଗ୍ରହ ।