ଭଦ୍ରକ: ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ସଡକ ପରିବହନ ନିୟମ । ଏହି ନିୟମ ଦ୍ୱାରା ଟ୍ରାଫିକ ନିୟମ ଉଲଘଂନ କଲେ ପୂର୍ବ ଅନୁସାରେ ଦେଉଥିବା ତଣ୍ଡର ୧୦ ଗୁଣା ତଣ୍ଡ ଦେବାକୁ ପଡିବ । ତେବେ ସାରା ଦେଶରେ ଏହି ନିୟମକୁ କଡା କଡି ଭାବେ ପାଳନ କରାଯାଉଥିବା ବେଳେ ଓଡିଶାରେ ମଧ୍ୟ ଏହାକୁ କଡାକଡି ଭାବେ ପାଳନ କରାଯାଉଛି । ଗତ ୬ଦିନ ମଧ୍ୟରେ ଦେଶର ସବୁଠାରୁ ବଡ ଫାଇନ ଭୁବନେଶ୍ୱରରେ ପକା ଯାଇଥିବାର ଦେଖା ଯାଇଛି । ଏହି ଫାଇନର ମୂଲ୍ୟ ୪୭ ହଜାର ୫୦୦ ଟଙ୍କା ଥିଲା ।
ସେହିପରି ଆଜି ଭଦ୍ରକ ଜିଲ୍ଲା ଚରମ୍ପା ଠାରେ ଚେକିଙ୍ଗ ଚାଲିଥିଲା ବେଳେ ଟ୍ରାଫିକ କର୍ମଚାରୀ ଜଣେ ଗୋଟେ ଟାଟା ଏଇସିକୁ ଅଟକାଇ ଥିଲେ । ଏହା ପରେ ଟ୍ରାଫିକ କର୍ମଚାରୀ ଜଣଙ୍କ ଡ୍ରାଇଭରଙ୍କୁ ଲାଇସେନ୍ସ ମାଗିଥିଲେ । ହେଲେ ଡ୍ରାଇଭରଙ୍କ ପାଖରେ ଲାଇସେନ୍ସ ନଥିଲା ଏହା ସହ ଗାଡି ଫିଟନେସ ଓ ପରମିଟ ମଧ୍ୟ ନଥିଲା । ଏହାକୁ ଅଧାର କରି ଡ୍ରାଇଭରଙ୍କୁ ୩୮ ହଜାର ୫ ଶହ ଟଙ୍କା ଫାଇନ ଦେବାକୁ ପଡିଥିଲା ।