ଆଜି ଠାରୁ ଆରମ୍ଭ ହୋଇଛି ମା ଙ୍କ ନବରାତ୍ରୀ ପୂଜା । ଏହି ଅବସରରେ ଆଜି ସକାଳ ସକାଳୁ ବିଭିନ୍ନ ଦେବୀ ପୀଠ ମାନଙ୍କରେ ଭକ୍ତଙ୍କ ଗହଳି ଆରମ୍ଭ ହୋଇ ଯାଇଛି । ମାଙ୍କ ଶୋଡଷ ପୂଜା ଆରମ୍ଭ ହୋଇ ସାରିଥିବା ବେଳେ ଆଜି ନବରାତ୍ରୀ ପୂଜା ଆରମତଭ ହୋଇଛି । ଆସନ୍ତା ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ନବରାତ୍ରୀ ପୂଜା ଅନୁଷ୍ଠିତ ହେବ । ପୂଜା ମଣ୍ଡପ ଠାରୁ ଆରମ୍ଭ କରି ଦେବୀ ପୀଠ ପର୍ଯ୍ୟନ୍ତ ଆଜି ଠାରୁ ସ୍ୱତନ୍ତ୍ର ପୂଜା ଆରମ୍ଭ ହେବ ।
ହିନ୍ଦୁ ଧର୍ମରେ ଏହି ସପ୍ତାହକୁ ପାର୍ବଣ ସପ୍ତାହ କୁହାଯାଏ । ନବରାତ୍ରୀରେ ମାଙ୍କୁ ୯ ଟି ରୂପରେ ପୂଜାଚର୍ଚ୍ଚନା କରାଯାଏ । ଶାସ୍ତ୍ର ଅନୁସାରେ ମହିଷାସୁର ନାମକ ଜଣେ ରାକ୍ଷଶ ଥିଲା । ଯାହାଙ୍କୁ ବରଦାନ ରହିଥିଲା ତାଙ୍କୁ କୌଣସି ଦେବତା କେବେ ହେଲେ ହରାଇ ପାରିବେ ନାହିଁ । ସେ ନିଜ ପରାକ୍ରମ ସହିତ ପୁରା ସ୍ୱର୍ଗକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲା ।
ଯାହାକୁ ନେଇ ଦେବତାମାନେ ବହୁତ ଚିନ୍ତାରେ ଥିଲେ । ଏହାର ସମାଧାନ ପାଇଁ ସବୁ ଦେବତା ମାନେ ‘ମା’ଙ୍କୁ ଆବାହନ କରିଥିଲେ । ମା ଦୁର୍ଗା ରୂପରେ ମହିଷାସୁରକୁ ବଧ କରିଥିଲେ । ତେବେ ଆସ୍ତୁ ଜାଣିବା ଆଜିର କଣ ରହିଛି ଆଜିର ଶୁଭ ମୂହୂର୍ତ୍ତ । ଆଜି ସକାଳ ୬ ଟା ୧୩ ରୁ ସକାଳ ୭ ଟା ୪୦ ପର୍ଯ୍ୟନ୍ତ ରହିଛି କଳସ ବସାଇବା ପାଇଁ ଶୁଭ ମୁହୂର୍ତ୍ତ । ସେହିଭଳି ସକାଳ ୧୧ ଟା ୪୭ ରୁ ଅପରାହ୍ନ ୧୨ ଟା ୨୫ ପର୍ଯ୍ୟନ୍ତ ମଧ୍ୟ କଳସ ସ୍ଥାନା ପାଇଁ ଶୁଭ ମୂହୂର୍ତ୍ତ ରହିଛି ।