ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନୂଆ ମେଟର ଯାନ ନିୟମ ଅନୁସାରେ ଆଜି ଠାରୁ ହାଇ ସୁକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି ନିୟମକୁ ବଦଳାଇ ଏହାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଘୁଞ୍ଚା ଯାଇଛି । ଆଗକୁ ଦଶହରା ଛୁଟି ଥିବାରୁ ଏହି ନୀୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ସେପ୍ଟେମ୍ବର ୧ତାରିଖରୁ ଡିଲର ମାନେ ବିକ୍ରି କରିଥିବା ସମସ୍ତ ଗାଡିରୁ ଅଣ ଏଚଏସଆରପି ନମ୍ବର କାଡି ଏଚଏସଆରପି ନମ୍ବର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯଦି କୌଣସି ଡିଲର ଦିଆଯାଇଥିବା ସମୟ ଭିତରେ ଏଚଏସଆରପି ନମ୍ବର ଗାଡି ମାନଙ୍କରେ ନଲଗାନ୍ତି ତେବେ ଡିଲରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହ ଏଚଏସଆରପି ନମ୍ବର ପ୍ଲଟ ବିନା ଗାଡି ମାଲିକ ମାନଙ୍କୁ ସ୍ମାର୍ଟ କାର୍ଡ ରେଜିଷ୍ଟ୍ରନ ସାର୍ଟିଫିକେଟ ମିଳିପବାରିବ ନାହିଁ ବୋଲି ମଧ୍ୟ କୁହାଯାଇଛି । ଏହି ଏଚଏସଆରପି ନମ୍ବର ପ୍ଲଟ ଆଲୁମୁନିୟମରେ ତିଆରି ହୋଇଥାଏ । ଏହି ନମ୍ବର ପ୍ଲେଟରେ ପଞ୍ଜିକରଣ ସଂଖ୍ୟା ବ୍ୟତୀତ ଅନ୍ୟାନ୍ୟ ବିବରଣୀ ଥାଏ । ଏହି ନମ୍ବର ପ୍ଲେଟର ବାମ ପାର୍ଶ୍ୱରେ ହଲୋଗ୍ରାମ ଥାଏ ଯେଉଁଥିରେ ଗାଡ଼ିର ଇଞ୍ଜିନ ଏବଂ ଚେଚିସ୍ ନମ୍ବର ଥାଏ ।