ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତକାଲି ହାଇଦ୍ରାବାଦରେ ରେଳ ଦୁର୍ଘଟଣା ପରେ ଏବେ ପୁଣି ଏକ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି । ସୋମବାର ବିଳମ୍ବିତ ରାତିରେ ବାଂଲାଦେଶରେ ଦୁଇଟି ଟ୍ରେନ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ, ବାଂଲାଦେଶର ବ୍ରାହ୍ମଣବରିୟା ଜିଲାରେ ସୋମବାର ବିଳମ୍ବିତ ରାତିରେ ଦୁଇଟି ଟ୍ରେନ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ୧୫ ଯାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ଏହାସହିତ ଦୁଇଟି କୋଚ୍ ନଷ୍ଟ ହୋଇଯାଇଛି । ଘଟଣାରେ ପୋଲିସ ତଦନ୍ତ କରିବା ସହ ବୟାନ ଦେଇଛି କି , ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଏବଂ ଅନେକ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଏହାସହିତ ମୃତକଙ୍କ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି ।
ଅପରପକ୍ଷେ ସ୍ଥାନୀୟ ସରକାରର ପ୍ରଶାସକ ହୟାତ ଉଦ ଦୌଲା କହିଛନ୍ତି କି , ଏହି ଦୁର୍ଘଟଣାରେ ୪୦ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।