ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡର ଦିଗଜ୍ ଗାୟିକା ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟ ଅସୁସ୍ଥ ରହିଛି । ଗତ ରବିବାର ବିଳମ୍ବିତ ରାତିରେ ଲତାଙ୍କ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ତାଙ୍କୁ ଘରକୁ ନିଆଯାଇଥିଲା । ମାତ୍ର ପୂନର୍ବାର ଲତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଆଇସିୟୁରେ ରଖା ଯାଇଛି ।
ଏବେ ଜାଣିବାକୁ ମିଳିଛି କି ତାଙ୍କୁ ନିମୋନିଆ ହୋଇଛି ଏବଂ ବାମ ଭେଣ୍ଟ୍ରିକୁଲାର ଫେଲ ହୋଇଯାଇଛି । ଏମିତି ଦେଖିବାକୁ ଗଲେ ନିମୋନିଆ ଏକ ସାଧାରଣ ରୋଗ କିନ୍ତୁ ସମୟାନୁସାରେ ଏହାର ଚିକିତ୍ସା ନକଲେ ଏହି ରୋଗ ଜୀବନ ବି ନେଇପାରେ ।