ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରସିଦ୍ଧ ଗଣିତଜ୍ଞ ବଶିଷ୍ଠ ନାରାୟଣ ସିଂଙ୍କ ପରଲୋକ ଘଟିଛି । ପାଟଣା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ ନାରାୟଣ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ପାଟଣା ପିଏମସିଏଚ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ନାରାୟଣ ସିଂଙ୍କ ନିଧନ ଖବର ପ୍ରକାଶ ପାଇବା ପରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିଛନ୍ତି । ନାରାୟଣ ସିଂ ତାଙ୍କ ଜ୍ଞାନ ବଳରେ ପୁରା ବିହାରର ନାଁ କୁ ସଫଳ କରିଥିଲେ । କିନ୍ତୁ ସବୁଠୁ ବଡ ଦୁଃଖର ବିଷୟ ହେଉଛି ବଶିଷ୍ଠ ନାରାୟଣ ସିଂଙ୍କ ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀର ଦେଢ ଘଣ୍ଟା କାଳ ହସ୍ପିଟାଲର ଷ୍ଟ୍ରେଚରରେ ପଡି ରହିଥିଲେ । ମାତ୍ର ପାର୍ଥିବ ଶରୀରକୁ ଘରକୁ ନେବା ପାଇଁ ହସ୍ପିଟାଲ ପକ୍ଷରୁ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇପାରିନଥିଲା । ଯାହାଫଳରେ ବଶିଷ୍ଠଙ୍କ ଭାଇ ତାଙ୍କ ପ୍ରାର୍ଥିବ ଶରୀର ପାଖରେ ସେମିତି ଘଣ୍ଟା ଘଣ୍ଟା ଧରି ଜଗି ରହିଥିଲେ ।