ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସିଲା ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏସି ବସ ଭଡାରେ କରାଗଲା ଦୁଇ ପ୍ରତିଶତ ରିହାତି । ଯାହା କି ମୂଳ ଭଡାରୁ ୩୮ପ୍ରତିଶତ କମା ଯାଇଛି । ଏହି ରିହାତିଟି ଡିସେମ୍ବର ୧ରୁ ଲାଗୁ କରାଯିବା ସହ ଆସନ୍ତା ୨ମାସ ପାଇଁ ବସ ଭଡାରେ ରିହାତି କରିଛି କ୍ୟାପିଟାଲ ରିଜିନ ଟ୍ରାନ୍ସପୋର୍ଟ । ଏହି ରିହାତିଟି ଡିସେମ୍ବର ୧ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଲାଗୁ ରହିବ ।
ଆଗରୁ ପ୍ରତି ୨କିଲୋମିଟର ଦର ୮ଟଙ୍କା ଥିବା ବେଳେ ଏହି ରିହାତି ଫଳରେ ଏହା ୫ଟଙ୍କାକୁ ଖସିଛି । ଖାଲି ସେତି କି ନୁହେଁ ସର୍ବାଧିକ ୧୦୦ଟଙ୍କା ପରିବର୍ତ୍ତେ ୭୦ଟଙ୍କା ରଖାଯାଇଛି । ସେହିପରି ଯାତ୍ରୀ ଓ ଗାଇଡ ମାନଙ୍କ ମଧ୍ୟରେ ଖୁଚୁରା ଟଙ୍କା ନେଇ ହେଉଥିବା ଅସୁବିଧାକୂ ଦୃଷ୍ଟିରେ ରଖି ୫ ବିକଳ୍ପ ବ୍ୟବସ୍ଥା ଲାଗୁ କରାଯିବ ବୋଲି କ୍ୟାପିଟାଲ ରିଜିନ ଟ୍ରାନ୍ସପୋର୍ଟ (କ୍ରୁଟ) ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି ।