ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବର୍ତ୍ତମାନ ସମୟରେ ଝିଅ ଜନ୍ମକୁ ନେଇ ସାରା ଦେଶରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଉଥିବା ବେଳେ ପୋଲାଣ୍ଡର ଗୋଟିଏ ରିସର୍ଚରୁ ଜଣା ପଡିଛି, ଝିଅଟିଏ ଜନ୍ମ ହେଲେ ୪୭ ସପ୍ତାହ ବଢିଯାଏ ପିତାଙ୍କ ଆୟୁ ।
ଏହି ରିସର୍ଚଟି ପୋଲାଣ୍ଡ ର ଗୋଟିଏ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଛି । ରିସର୍ଚରେ ଏଭଳି ଆଶ୍ଚର୍ଯ୍ୟ ଜନକ ତଥ୍ୟ ସାମ୍ନାକୁ ଆସିବା ଦ୍ୱାରା ଏହା ନିହାତି ଭାବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।
ଏହି ରିସର୍ଚରେ ଜଣା ପଡିଛି କି ପୁଅ ଜନ୍ମ କରିଥିବା ପିତାଙ୍କ ଆୟୁ ତୁଳନାରେ ଝିଅ ଜନ୍ମ କରିଥିବା ପିତାଙ୍କ ଆୟୁ ୪୭ ସପ୍ତାହ ଅଧିକ ହୋଇଥାଏ । ଯେଉଁମାନଙ୍କର ଯେତେ ଅଧିକ ଝିଅ ସେମାନଙ୍କର ସେତେ ଅଧିକ ଆୟୁ ମଧ୍ୟ ହୋଇଥାଏ ବୋଲି ପୋଲାଣ୍ଡର ଏହି ରିସର୍ଚ ସଂସ୍ଥା ଦାବି କରିଛି ।
ଏହାଛଡା ଆମେରିକାର ଗୋଟିଏ ରିସର୍ଚ ସଂସ୍ଥା ମଧ୍ୟ ସମାନ ମତ ଦେଇଛି । ଝିଅ ଜନ୍ମ ଦ୍ୱାରା ପିତାଙ୍କର ଫାଇଦା ହୋଇଥାଏ ସତ କିନ୍ତୁ ମାତାଙ୍କୁ କୌଣସି ଲାଭ ହୋଇନଥାଏ ।