(ରିପୋର୍ଟ: ସୀତାଞ୍ଜଳି ଜେନା)
ଭୁବନେଶ୍ୱର: ଚଳିତ ବର୍ଷ ଜି’ ସାର୍ଥକରେ ପ୍ରସାରିତ ରୟାଲିଟି ସୋ’ ସାରେଗାମାପା ଲିଟିଲ ଚାମ୍ପ-ସ୍ୱର ଓଡିଶାର ଫାଇନାଲରେ ବାଜିମାରି ନେଇଛନ୍ତି ଚିରାଗଦୀପ ପଣ୍ଡା । ଦୀର୍ଘ ୫ ମାସ ଧରି ଚାଲିଥିବା ଏହି ସୋ’ରେ ଚିରାଗ ଅକ୍ଲାନ୍ତ ପରିଶ୍ରମ ଏବଂ ଦୃଢ଼ ମନବଳ ଜୁଟାଇ ଚାମ୍ପିଅନ ଟ୍ରଫି ହାସଲ କରିବାରେ ସକ୍ଷମ ହୋଇପାରିଛନ୍ତି ।
ଖବର ମୁତାବକ, ବାଲେଶ୍ୱର ଜିଲ୍ଲା ସୁନାହାଟ ଗ୍ରାମର ଏକ ମଧ୍ୟବିତ୍ତ ପରିବାରରେ ଚିରାଗଙ୍କ ଜନ୍ମ । ତାଙ୍କ ପିତା ଜଣେ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି । ଯଦିଓ ଚିରାଗଙ୍କୁ ସଂଗୀତ କ୍ଷେତ୍ରରେ ଆଗକୁ ବଢିବା ପାଇଁ ବିଶେଷ ଅର୍ଥ ସହାୟକ ହୋଇନଥିଲା । କିନ୍ତୁ ପରିଶ୍ରମର ଫଳ ତାଙ୍କୁ ଆଜି ସଫଳତାର ଶୀର୍ଷରେ ପହଁଚାଇ ପାରିଛି ।
ଚିରାଗ ବାଲେଶ୍ୱର ଜିଲ୍ଲା ସ୍କୁଲର ୧୦ମ ଶ୍ରେଣୀର ଛାତ୍ର । ୭ବର୍ଷ ବୟସରେ ସଂଗୀତ ପ୍ରତି ଚିରାଗ ଖୁବ୍ ଆଗ୍ରହୀ ହୋଇଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ତାଙ୍କର ସୁମଧୁର କଣ୍ଠରେ ଉଚ୍ଚକେଟୀର ସଂଗୀତଗାନ କରି ଅନେକ ଥର ପୁରସ୍କୃତ ମଧ୍ୟ ହୋଇଛନ୍ତି ।
ତାଙ୍କର ପ୍ରିୟ କଣ୍ଠଶଳ୍ପୀ ହେଉଛନ୍ତି ଅରଜିତ ସିଂ ଏବଂ ହ୍ୟୁମାନ ସାଗର । ଚିରାଗଦୀପ୍ ତାଙ୍କ ସଫଳତାର ସମସ୍ତ ଶ୍ର୍ରେୟ ବାପା, ମା, ଭାଇ, ଏବଂ ସଂଗୀତ ଗୁରୁଙ୍କୁ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଯେ, କେବଳ ଅର୍ଥ ନୁହେଁ ଅକ୍ଲାନ୍ତ ପରିଶ୍ରମ ହିଁ ମଣିଷକୁ ସଫଳତାର ଶୀର୍ଷରେ ପହଁଚାଇ ପାରିବ ।
ଏହି ସୋ’ର ବିଚାରପତି ଦାୟିତ୍ୱରେ ଥିବା ସଂଗୀତ ଗୁରୁ ପ୍ରେମାନନ୍ଦ, ଦିପ୍ତୀରେଖା, ସୁଭାଶିଷ, ସୌରୀନ ଭଟ୍ଟଙ୍କ ସମେତ ବଲିଉଡର ପଦ୍ମଶ୍ରୀ କବିତା କୃଷ୍ଣମୂର୍ତୀ ପ୍ରମୁଖ ଚିରାଗଦୀପଙ୍କୁ ବିଜେତା ଘୋଷଣା କରିବା ପରେ ତାଙ୍କୁ ଟ୍ରଫି ଏବଂ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ।