ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ନନ୍ଦନକାନନ ପ୍ରାଣୀ ଉଦ୍ୟ।ନକୁ ଅଣାଯିବ ୪ଟି ଅଣ୍ଡିରା ସିଂହ । ଛତିଶଗଡର ରାୟପୁର ଚିଡିଆଖାନାରୁ ଆସିବ ଏହି ୪ଟି ଅଣ୍ଡିରା ସିଂହ । ଏନେଇ ନନ୍ଦନକାନନ କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ନନ୍ଦନକାନନରେ ସିଂହଙ୍କ ସଂଖ୍ୟା କମି ଯାଉଥିବା ବେଳେ ସେମାନଙ୍କର ସଂଖ୍ୟା ବୃଦ୍ଧି କରିବା ନିମନ୍ତେ ଏହି ଚାରଟି ସିଂହଙ୍କୁ ଅଣା ଯାଉଥିବାର ଯୋଜନା କରିବାକୁ ଯାଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ପଶୁ ଅଦଳବଦଳ ପ୍ରକ୍ରିୟା ଅନୁଯାଇ ଓଡିଶାରୁ ୨ଟି ମାଈ ଜଳହସ୍ତୀ ବଦଳରେ ରାୟପୁର ଚିଡିଆଖାନାରୁ ନନ୍ଦନକାନନକୁ ଆସିବ ଏହି ୪ଟି ଏସୀୟ ଅଣ୍ଡିରା ସିଂହ ।
ଏଥିପାଇଁ ନନ୍ଦନକାନନ ଓ ରାୟପୁର ଚିଡିଆଖାନା କତ୍ତୃପକ୍ଷଙ୍କ ମଧ୍ୟରେ ଚୁଡାନ୍ତ କଥାବାର୍ତ୍ତା ସରିଛି । କେବଳ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ଉପରେ ମୋହର ମାରିବାର କାମ ବାକି ରହିଛି ବୋଲି ଜନ୍ତୁ ବିଭାଗ ରେଞ୍ଜର ସୁଦୀପ୍ତ ପଣ୍ଡା କହିଛନ୍ତି । ଗତ ଡିସେମ୍ବର ମାସରେ ନନ୍ଦନକାନନରେ ଏସୀୟ ଅଣ୍ଡିରା ସିଂହ ପିଛାନର ମୃତ୍ୟୁ ପରେ ଚିଡିଆ ଖାନାରେ ସିଂହଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ସିଂହଙ୍କ ସଂଖ୍ୟା ୧୧ରେ ରହିଛି ସେଥିମଧ୍ୟରୁ ୮ଟି ହାଇବ୍ରିଡ, ଗୋଟିଏ ଏସୀୟ, ୨ଟି ଆଫ୍ରିକୀୟ ସିଂହ ରହିଥିବା ଜଣାପଡିଛି ।