ପ୍ରତେକ ବ୍ୟକ୍ତି ନିଜର କର୍ମମୟ ଜୀବନ ମଧ୍ୟରେ ବ୍ୟସ୍ତ ରହିଯାଉଥିବା ଯୋଗୁ ଠିକ୍ ସମୟରେ ଘରେ ଖାଦ୍ୟ ଖାଇପାରି ନଥାନ୍ତି । ଯାହାଦ୍ୱାରା ସେମାନଙ୍କୁ ବଜାରରୁ ଖାଦ୍ୟ କିଣି ଖାଇବାକୁ ପଡେ । ଆପଣମାନେ ସମସ୍ତେ ଜାଣିଥିବେ ବାହାର ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ । ତାପରେ ମଧ୍ୟ ଅନେକ ଲୋକ ଫାଷ୍ଟଫୁଡ ଖାଇବା ପ୍ରତି ଆଗ୍ରହ ଥାନ୍ତି । ତେବେ ଆମେ ଆଜି ଫାଷ୍ଟଫୁଡ୍ ସହ ଜଡିତ କେତେକ ତଥ୍ୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଜାଣିଲା ପରେ ଆପଣ ଫାଷ୍ଟଫୁଡ୍ ଖାଇବା ଛାଡିଦେବେ ।
ବର୍ତ୍ତମାନ ସମୟରେ ପ୍ରତେକ ବ୍ୟକ୍ତି ଜାଣିଥିବେ ଯେ କର୍କଟ ରୋଗ ଏକ ମରାତ୍ମକ ରୋଗ । ଏହାଦ୍ୱାରା ଅନେକ ଲୋକ ମୃତ୍ୟୁର ଶିକାର ହେଉଛନ୍ତି ।
ସୂଚନା ମୁତାବକ, କର୍କଟ ରୋଗରେ ପୀଡ଼ିତ ହୋଇଥିବା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।୨୦୧୬ରେ ଆମେରିକାରେ କର୍କଟ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ଥିଲା ବେଳେ ବର୍ତ୍ତମାନ ୧୭ ଲକ୍ଷ ଲୋକ ଏହି ମାରଣାତ୍ମକ ରୋଗରେ ଆକ୍ରାନ୍ତ ଅଛନ୍ତି ।
ଫାଷ୍ଟଫୁଡ୍ ତାଲିକାରେ ଥିବା ‘ହଟଡଗ’ ଖାଇବା ଦ୍ୱାରା କର୍କଟ ରୋଗର ଅନେକ ମାରଣାତ୍ମକ କାରକ ମିଳିଛି । କେବଳ ଏତିକି ନୁହେଁ ‘ହଟଡଗ’କୁ ପ୍ରସ୍ତୁତ କରିବା ପାଇଁ ଯେଉଁଭଳି ପ୍ରକ୍ରିୟା ବ୍ୟବହାର କରାଯାଇଥାଏ । ତାହା ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହାନିକାରକ । ଯଦି ଆପଣ ‘ହଟଡଗ’ ଖାଉଛନ୍ତି ତେବେ ଆପଣଙ୍କୁ କର୍କଟ ରୋଗ ହେବାର ଆଶଙ୍କା ବହୁଳ ମାତ୍ରାରେ ରହିଥାଏ ।
‘ହଟଡଗ’ ପ୍ରସ୍ତୁତ କରିବା ପାଇଁ ଏଥିରେ ସୋଡିୟମ ନାଇଟ୍ରେଟ୍, ସୋଡିୟମ ଫସ୍ଫେଟ୍, ସୋଡିୟମ ଲାକ୍ଟେଟ ଭଳି ଅନେକ ମାରଣାତ୍ମକ ପଦାର୍ଥ ବ୍ୟବହାର କରାଯାଇଥାଏ ।
ଆମେରିକାନ କର୍କଟ ସଂସ୍ଥା ଅନୁଯାୟୀ, ଯଦି ଆପଣ ଦିନକ ମଧ୍ୟରେ ଏକରୁ ଅଧିକ ‘ହଟଡଗ’ ଖାଉଥାନ୍ତି ତେବେ ଆପଣଙ୍କ ଶରୀରରେ କର୍କଟ ରୋଗ ହେବାର ଲକ୍ଷଣ ବୃଦ୍ଧି ହୋଇଥାଏ । ଏହାବ୍ୟତୀତ ‘ହଟଡଗ’ରେ ବିଭିନ୍ନ ପ୍ରକାରର ପଶୁ ଓ ପକ୍ଷୀ ମାନଙ୍କ ଯକୃତ ଓ ବୃକକ୍ ମିଶ୍ରଣ କରାଯାଇଥାଏ । ଯାହାଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ ।