ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ୫୯୫୦ ଜଣ ଭିକାରି ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛିନ୍ତି । ଚିହ୍ନଟ ହୋଇଥିବା ଭିକାରି ମାନଙ୍କ ମଧ୍ୟରେ ସିଲଭର ସିଟି କଟକରେ ଅଧିକ ଭିକରି ଥିବା ଜଣାପଡିଛି । କଟକରେ ୧୦୬୦ ଜଣ ଭିକାରି ଚିହ୍ନଟ ହୋଇଛନ୍ତି । ସେହିପରି ସବୁଠାରୁ କମ ଭିକାରୀ ଦେବଗଡ ଜିଲ୍ଲାରେ ଅଛନ୍ତି । ଦେବଗଠ ଜିଲ୍ଲାରେ ୩ଜଣ ଭିକାରି ଅଛନ୍ତି । ସୂଚନା ଅନୁସାରେ ଗଞ୍ଜାମରେ ୫୪୫, ମୟୂରଭଞ୍ଜ ୪୮୫, ସୁନ୍ଦରଗଡ଼ ୪୨୩, ପୁରୀ ୩୬୬, ବଲାଙ୍ଗୀର ୩୪୪, ସମ୍ବଲପୁର ୩୦୩, କୋରାପୁଟ ୨୪୯, ସୋନପୁରରେ ୨୮୩, ଅନୁଗୋଳ ୨୦୫, ଖୋର୍ଦ୍ଧା ୧୯୭, କେନ୍ଦୁଝର ୧୮୯, ନବରଙ୍ଗପୁର ୧୮୩, ରାୟଗଡ଼ା ୧୭୬ ବାଲେଶ୍ୱର ୧୩୧, ଭଦ୍ରକ ୧୨୮, ଢେଙ୍କାନାଳ ୧୩୨ ବୌଦ୍ଧରେ ୬, ଗଜପତି ୫୮, ଜଗତସିଂହପୁର ୬୧, ଯାଜପୁର ୬୯, ଝାରସୁଗୁଡ଼ା ୩୮, କଳାହାଣ୍ଡି ୭୪, କନ୍ଧମାଳ ୭୩, କେନ୍ଦ୍ରାପଡ଼ା ୨୨, ମାଲକାନଗରି ୨୮, ନୟାଗଡ଼ ୬୫ ଏବଂ ନୂଆପଡ଼ାରେ ସର୍ବନିମ୍ନ ୩୧ଜଣ ଭିକାରି ଅଛନ୍ତି।
ଗତକିଛି ଦିନ ତଳେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଥିଲେ କି ଭିକାରି ମାନଙ୍କ ପାଇଁ ରାଜ୍ୟ ସରକାର ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବେ । ଏହି ପ୍ରଶିକ୍ଷଣ କେନ୍ଦ୍ର ମାନଙ୍କରେ ଭିକାରି ମାନଙ୍କୁ ଧନ୍ଦାମୂଳକ କାର୍ଯ୍ୟର ପ୍ରଶିକ୍ଷଣ ଦିଆଯିବ । ଏହା ଦ୍ୱାରା ଭିକାରୀ ମାନଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆସିବ ବୋଲି ସରକାର ଆଶା ରଖିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ପ୍ରଶିକ୍ଷଣ କେନ୍ଦ୍ର ପୁରୀ ଓ ଭୁବନେଶ୍ୱରରେ ଖୋଲା ଯିବ । ଏହା ପରେ ରାଜ୍ୟର ଅନ୍ୟ ଯାଗାରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।